ବରଗଡ଼ରେ ଚାଞ୍ଚଲ୍ୟ: ଘର ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର

Bartanews

ବରଗଡ଼ରେ ଚାଞ୍ଚଲ୍ୟ: ଘର ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର

ବରଗଡ: ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଆଖିଫୁଟା ଗାଁରେ ବନ୍ଦ ଘର ଭିତରୁ ୩ ଜଣଙ୍କ ମୃତଦେହ ଠାବ ହୋଇଛି। ଘରେ ସ୍ବାମୀ ଓ ୨ ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି। ୩ ଜଣଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ରହିଥିବା ସୂଚନା । ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟା ସନ୍ଦେହ କରାଯାଉଛି। ତେବେ କିଏ ଓ କାହିଁକି ହତ୍ୟାକାଣ୍ଡ ଘଟାଇଲା ତାହା ଜଣାପଡି ନାହିଁ। ଖବର ପାଇ ଘଟଣା ସ୍ଥଳରେ ଭେଡେନ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଅଧିକ ତଥ୍ୟ ଓ ପ୍ରମାଣ ପାଇଁ ସାଇଣ୍ଟିଫିକ ଟିମର ସହାୟତା ନିଆଯାଇଛି।

Leave a Comment