ପୁଲିସ ପଞ୍ଝାରେ ୨୩ବର୍ଷ ତଳ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ

Bartanews

ପୁଲିସ ପଞ୍ଝାରେ ୨୩ବର୍ଷ ତଳ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ

ନୟାଗଡ: ଫତେଗଡ଼ ପୁଲିସ ପଞ୍ଝାରେ ଦୀର୍ଘ ୨୩ବର୍ଷ ତଳର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କିଶୋର ଦଳେଇ। ହତ୍ୟାକାଣ୍ଡ ଘଟଣା ଦିନ ଠାରୁ କଳପଙ୍ଗୀ ଗାଁରୁ ଫେରାର ହୋଇ ବୌଦ୍ଧ ଜିଲ୍ଲାରେ ଆତ୍ମଗୋପନ କରିଥିଲା ଅଭିଯୁକ୍ତ କିଶୋର ଦଳେଇ, ବୌଦ୍ଧରୁ ଅଭିଯୁକ୍ତ କିଶୋର ଦଳେଇକୁ ଗିରଫ କରିଛି ଫତେଗଡ଼ ପୁଲିସ। ଅଭିଯୁକ୍ତ କିଶୋର ନିଜର ନାମ ଆଧାର କାର୍ଡ ଓ ଭୋଟର ପରିଚୟପତ୍ରରେ ପରିବର୍ତ୍ତନ କରି ସେ ଏତେ ଦିନ ଧରି ଲୁଚି ରହିବାରେ ସକ୍ଷମ ହୋଇଥିଲା । କିନ୍ତୁ ଏପଟେ କୋର୍ଟରୁ ବାରମ୍ବାର ଘରକୁ ଆସୁଥିଲା ସମନ। ୨୩ ବର୍ଷ ତଳେ ଫତେଗଡ ଥାନା କଳପଙ୍ଗି ଗାଁର କିଶୋର ଦଳେଇ (୫୫) ଜମିଜମା ମାମଲାକୁ ନେଇ ବୋମାମାଡ କରି ପରେ ଫେରାର ଥିଲା । ବୋମା ଘଟଣାରେ କଳପଙ୍ଗୀ ଗାଁର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ।

Leave a Comment