ଜେଲ୍‌ ଫେରନ୍ତା ଅଭିଯୁକ୍ତକୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

Bartanews

ଜେଲ୍‌ ଫେରନ୍ତା ଅଭିଯୁକ୍ତକୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

କାମାକ୍ଷାନଗର: କାମାକ୍ଷାନଗରର ବହୁ ଚର୍ଚ୍ଚିତ ଦୀପକ ମାହୁଁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସାହୁଙ୍କୁ ବିଭତ୍ସ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। କାମାକ୍ଷାନଗର ଥାନା ଆଳତୁମା ଗାଁ ରେଲୱେ ଓଭର ବ୍ରିଜ ପାଖ ସଉରିଆ ନିକଟରେ ହତ୍ୟାକାଣ୍ଡ ଘଟିଛି । ଘଟଣା ସ୍ଥଳରୁ ରକ୍ତ ଜୁଡୁବୁଡୁ ମୃତଦେହ ସହ ଗୁଳି ଜବତ କରିଛି ପୁଲିସ । ବିଳମ୍ବିତ ରାତିରେ ବିଭତ୍ସ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଗତ ଦୁଇ ବର୍ଷ ତଳେ ବାରୁଆଁର ପୂର୍ବତନ ସମିତିସଭ୍ୟ ଦୀପକ ମାହୁଁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ନିରଞ୍ଜନ। କାମାକ୍ଷାନଗର ପୁଲିସ ତନାଘନା ଜାରି ରଖିଛି ।

Leave a Comment