Tora Chaka Nayanaku Dele Odia Song Lyrics In Odia Font

Bartanews

ODIA SONG LYRICS

ତୋର ଚକାନୟନକୁ ଦେଲେ ଅନେଇ
ଆସେ ଲୁହ ଘନେଇ

Tora Chaka Nayanaku Dele Anei Odia Song Lyrics In Odia Language

ତୋର ଚକାନୟନକୁ ଦେଲେ ଅନେଇ
ଆସେ ଲୁହ ଘନେଇ
ତୋର କଳାବଦନକୁ ଦେଲେ ଅନେଇ
ଆସେ ଲୁହ ଘନେଇ
ତୁ ଜଗତ ପାରିଛୁ ମନେଇ
ହେଲେ ତତେ ହୁଏ ନାହିଁ ମନେଇ
ଡୋରି ଲାଗୁକି ନଲାଗୁ କଳା କହ୍ନେଇ
ଆସେ ଲୁହ ଘନେଇ
ତୋର ଚକାନୟନକୁ ଦେଲେ ଅନେଇ
ଆସେ ଲୁହ ଘନେଇ



ଲୁହ ତ ଯେମିତି ନିହାତି ନିଜର
ତୋ ମୁହଁ ସେମିତି ନିଜଠୁ ନିଜର
ଲୁହ ସିନା ସାକ୍ଷୀ ସୁଖର ଦୁଃଖର
ଆଖି ତୋର ସାକ୍ଷୀ ପାପର ପୁଣ୍ୟର
ତୁ ସବୁ କଥା ଶୁଣୁ କାନେଇ
ଶୁଣି ହୁଏନା ତୋ କଥା କାନେଇ
ଦୁଃଖ ସରୁକି ନସରୁ କଳା କହ୍ନେଇ
ଆସେ ଲୁହ ଘନେଇ
ତୋର ଚକାନୟନକୁ ଦେଲେ ଅନେଇ
ଆସେ ଲୁହ ଘନେଇ



ଦୁଃଖ ତ ଜୀବନେ ରହିଛି ରହିବ
ତୋ ଦୟା ଥିଲେରେ କରୁଣା ମିଳିବ
ଦୁଃଖ ଯେତେଯେତେ ଜୀବନେ ବଢିବ
ମଥା ସେତେସେତେ ତୋ ପାଦେ ଗଡ଼ିବ
ତୁ ଭଲ ମନ୍ଦ ପାରୁ ଚିହ୍ନେଇ
ହେଲେ ତୋ ମାୟା ହୁଏନା ଚିହ୍ନେଇ
ଭିକ ମିଳୁକି ନମିଳୁ କଳା କହ୍ନେଇ
ଆସେ ଲୁହ ଘନେଇ
ତୋର ଚକାନୟନକୁ ଦେଲେ ଅନେଇ
ଆସେ ଲୁହ ଘନେଇ
ଆସେ ଲୁହ ଘନେଇ
ଆସେ ଲୁହ ଘନେଇ
ଆସେ ଲୁହ ଘନେଇ

Tora Chakanayanaku Dele Anei Odia Song Lyrics In Odia Font


Thank You

Leave a Comment