Mana Ta Emiti Eka Odia Song Lyrics In Odia Font

Bartanews

ODIA SONG LYRICS

ମନ ତ ଏମିତି ଏକ ପାଗଳ ଦିୱାନା


Mana Ta Emiti Eka Odia Song Lyrics In Odia Language

ହୋ ହୋ ଆହା ହା ହା ଲା ଲା ଲା
ମନ ତ ଏମିତି ଏକ ପାଗଳ ଦିୱାନା
ଭଲ ପାଇପାରେ ହେଲେ କହି ସେ ପାରେନା
ଆଜିବି ମୁଁ ହାଏ ତାକୁ ଭଲପାଏ
ଆଜିବି ମୁଁ ହାଏ ତାକୁ ଭଲପାଏ
ମନ ଯେ କଲା ଚୁନା
ଭଲ ପାଇବାର ଇଏ କି ପାଉଣା
ଇଏ କି ପାଉଣା
ଓ ହୋ ଆହା ହା ହା ଲା ଲା ଲା
ଏ ହେ ଆହା ହା ହା ଲା ଲା ଲା ଲା



ଯୋଉଦିନ ବୁଝିବ ସେ ମୋ ପ୍ରେମର ମୁଲ
ଚିନ୍ହିବ ସେ କିଏ କଣ୍ଟା ଆଉ କିଏ ଫୁଲ
ମୋ ପ୍ରେମର ଗଭୀରତା କାହୁଁ ସେ ଜାଣିବ
ନଦୀ କେବେ ସାଗରକୁ ମାପି କି ପାରିବ
ଭୁଲ ଠିକଣାରେ ଚିଠି ହଜି ପାରେ
ଭୁଲ ଠିକଣାରେ ଚିଠି ହଜି ପାରେ
ଲିଭେନା ସେଥିରୁ ନାଆଁ
ଫେରିବ ସେ ଦିନେ ଖୋଜି ମୋ ଠିକଣା
ଖୋଜି ମୋ ଠିକଣା



ଏ ହେ ହେ ଆହା ହା ଲା ଲା ଲା ଲା

ବୁଝିବାକୁ ମୋର ଟିକେ ରହିଗଲା ବାକି
ଆଖିକୁ ଭରସା କରି ଗଲି ମୁଁ ଯେ ଠକି
ହୋ ଭଲ ହେଲା ତୁଟିଗଲା ମୋର ସବୁ ଭ୍ରମ
ତା ଆଖିର ଛଳନାକୁ ଭାବି ଥିଲି ପ୍ରେମ
ଚାଲୁଛି ମୁଁ ପାଦେ ଫେରୁଛି ଦି ପାଦ
ଚାଲୁଛି ମୁଁ ପାଦେ ଫେରୁଛି ଦି ପାଦ
ମାନୁନି ମନ ଜମା
ଆଶା ଅଛି କାଳେ ଡାକିବ ସେ ମୋ ନାଁ
ଡାକିବ ସେ ମୋ ନାଁ
ଭଲ ପାଇବାର ଇଏ କି ପାଉଣା
ଇଏ କି ପାଉଣା
ହୋ ହୋ ଆହା ହା ହା ଲା ଲା ଲା
ଏ ହେ ଆହା ହା ହା ଲା ଲା ଲା ଲା

Mana Ta Emiti Eka Odia Song Lyrics In Odia Font

Thank You

Leave a Comment