ରାଜନୀତି

ରାଜସ୍ଥାନ ଛଡ଼ାଇନେଲା ବିଜେପି: ରାଜ୍ୟପାଳଙ୍କୁ ଇସ୍ତଫା ଦେଲେ ଗେହଲଟ

ରାଜସ୍ଥାନ ଛଡ଼ାଇନେଲା ବିଜେପି: ରାଜ୍ୟପାଳଙ୍କୁ ଇସ୍ତଫା ଦେଲେ ଗେହଲଟ

Bartanews

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭା‌ବେ ପରାଜିତ ହୋଇଛି। ଏଠାରେ କଂଗ୍ରେସଠାରୁ ବିଜେପି ଶାସନ କ୍ଷମତା ଛଡ଼ାଇ ନେଇଛି। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ୧୯୯ଟି ଆସନ ପାଇଁ ନିର୍ବାଚନ ହୋଇଥିଲା। ଗୋଟିଏ ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଛି। ୧୯୯ଟି ଆସନ ମଧ୍ୟରୁ ବିଜେପି ୧୧୫ଟି ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ୭୦ଟି ଆସନରେ ସୀମିତ ରହିଯାଇଛି। ଅନ୍ୟମାନେ ୧୫ଟି ଆସନରେ ବିଜୟୀ ହୋଇଛନ୍ତି। ନିର୍ବାଚନରେ […]

ସେମିଫାଇନାଲ୍‌ରେ ବାଜିମାତ୍‌: ୧ ଲକ୍ଷ ୪୯୭୪ ଭୋଟ ବ୍ୟବଧାନରେ ଜିତିଲେ ଶିବରାଜ

ସେମିଫାଇନାଲ୍‌ରେ ବାଜିମାତ୍‌: ୧ ଲକ୍ଷ ୪୯୭୪ ଭୋଟ ବ୍ୟବଧାନରେ ଜିତିଲେ ଶିବରାଜ

Bartanews

ନୂଆଦିଲ୍ଲୀ: ସେମିଫାଇନାଲରେ ୩-୧ରେ ବାଜି ମାରିଛି ବିଜେପି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ମହାବିଜୟ ସହ ୩ ରାଜ୍ୟରେ ମୋଦୀ ମ୍ୟାଜିକ୍‌ କାମ କରିଛି। ମଧ୍ୟପ୍ରଦେଶର ୨୩୦ ଆସନ ମଧ୍ୟରୁ ବିଜେପି ୧୬୨ଟି ଆସନରେ ଜିତିଛି। ଅନ୍ୟପକ୍ଷରେ କଂଗ୍ରେସକୁ ୬୭ଟି ଆସନ ମିଳିଛି। ଅନ୍ୟମାନଙ୍କୁ ଗୋଟିଏ ଆସନ ମିଳଛି। ବିଜେପି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଦଳର ବରିଷ୍ଠ ନେତାମାନଙ୍କୁ ପ୍ରାର୍ଥୀ କରିଥିଲା। ୩ ଜଣ କେନ୍ଦ୍ରମନ୍ତ୍ରୀ ଯଥା ନରେନ୍ଦ୍ର ସିଂ ତୋମର, ପ୍ରହଲ୍ଲାଦ ପଟେଲ ଏବଂ […]

ଡିସେମ୍ବର ୭ରେ ତେଲେଙ୍ଗାନାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡ୍ଡୀ

ଡିସେମ୍ବର ୭ରେ ତେଲେଙ୍ଗାନାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡ୍ଡୀ

Bartanews

ହାଇଦ୍ରାବାଦ/ ନୂଆଦିଲ୍ଲୀ: କଂଗ୍ରେସ ନେତା ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଡିସେମ୍ବର ୭ରେ ସେ ରାଜ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା ରହିଛି ଏବଂ ତାଙ୍କ ସହ କିଛି ମନ୍ତ୍ରୀ ମଧ୍ୟ ଶପଥ ନେବେ। ହାଇଦ୍ରାବାଦରେ ଅନୁଷ୍ଠିତ ସିଏଲପି ବୈଠକରେ ସର୍ବସମ୍ମତିକ୍ରମେ ଏକ ନିଷ୍ପତ୍ତି ନିଆଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାର ଚୂଡ଼ାନ୍ତ ନିଷ୍ପତ୍ତି ଦଳୀୟ ହାଇକମାଣ୍ଡଙ୍କ ଉପରେ ଛାଡ଼ି ଦିଆଯାଇଥିଲା। କଂଗ୍ରେସ ହାଇକମାଣ୍ଡ ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ […]

ବିଧାୟକ ହୋଇଥିବା ରିକ୍ସା ଚାଳକଙ୍କ କେତେ ସମ୍ପତ୍ତି ଅଛି ଜାଣନ୍ତୁ

ବିଧାୟକ ହୋଇଥିବା ରିକ୍ସା ଚାଳକଙ୍କ କେତେ ସମ୍ପତ୍ତି ଅଛି ଜାଣନ୍ତୁ

Bartanews

ନୂଆଦିଲ୍ଲୀ: ରବିବାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାପରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଜିତିଥିବା ବେଳେ ତେଲେଙ୍ଗାନାରେ  କଂଗ୍ରେସ ସାନ୍ତ୍ବନା ମୂଳକ ଭାବେ ବିଜୟୀ ହୋଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଅନେକ ନେତା ଏମିତି ଅଛନ୍ତି ଯେଉଁମାନେ ୫ଥର କିମ୍ବା ୫ରୁ ଅଧିକ ଥର ବିଧାୟକ ରହିଛନ୍ତି, କିନ୍ତୁ ଚଳିତ ନିର୍ବାଚନରେ  ସେମାନେ ନିଜର ଆସନ ହରାଇ ଦେଇଛନ୍ତି। ଏହି ବିଧାୟକମାନଙ୍କ ମଧ୍ୟରୁ ଜଣେ ହେଉଛି ଈଶ୍ବର ସାହୁ। ବେମେତରା ଜିଲ୍ଲାରେ ସାଜା […]

ଇଣ୍ଡିଆ ମେଣ୍ଟରେ କୁହୁଳୁଛି ନିଆଁ! ମମତାଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ଅଧୀର ରଞ୍ଜନ

ଇଣ୍ଡିଆ ମେଣ୍ଟରେ କୁହୁଳୁଛି ନିଆଁ! ମମତାଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ଅଧୀର ରଞ୍ଜନ

Bartanews

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିର ବଡ଼ ବିଜୟ ପରେ ଗତକାଲି କଂଗ୍ରେସ ପକ୍ଷରୁ ଡିସେମ୍ବର ୬ ତାରିଖ ବୁଧବାର ନୂଆଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ଡକାଯାଇଥିଲା । ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସ, ଡିଏମ୍‌କେ ଓ ତୃଣମୂଳ କଂଗ୍ରେସ ସମେତ ମେଣ୍ଟ ସହଯୋଗୀମାନଙ୍କୁ ଫୋନ୍ କରି ବୈଠକ ବିଷୟରେ ଅବଗତ କରାଇଥିଲେ। ତେବେ ଯେତେବେଳେ ବୈଠକକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ପଚରାଯାଇଥିଲା ସେ […]

ମାୟାବତୀଙ୍କ ମାୟାରେ କଂଗ୍ରେସ ହାତରୁ ଚାଲିଗଲା କି ରାଜସ୍ଥାନ!

ମାୟାବତୀଙ୍କ ମାୟାରେ କଂଗ୍ରେସ ହାତରୁ ଚାଲିଗଲା କି ରାଜସ୍ଥାନ!

Bartanews

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ପ୍ରମୁଖ ବିରୋଧୀ ଦଳ, ଏନଡିଏ ସହଯୋଗୀ ଦଳକୁ ପରାସ୍ତ କରିବାକୁ ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ। ତେବେ ଉତ୍ତରପ୍ରଦେଶର ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଏହି ମିଳିତ ମେଣ୍ଟରେ ଯୋଗଦେବାକୁ ମନା କରି ଦେଇଛନ୍ତି। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ତାଙ୍କ ଦଳ ଏକୁଟିଆ ପ୍ରତିଦ୍ୱନ୍ଦ୍ୱିତା କରିବା ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ସେ ଆଗାମୀ ଲୋକସଭା ନିର୍ବାଚନରେ ​​ମଧ୍ୟ ତାଙ୍କ ଦଳ ଏକୁଟିଆ ଲଢେଇ […]

ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେବେ ନାହିଁ ନୀତୀଶ କୁମାର, ଜୋର ଧରିଲା ଚର୍ଚ୍ଚା

ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେବେ ନାହିଁ ନୀତୀଶ କୁମାର, ଜୋର ଧରିଲା ଚର୍ଚ୍ଚା

Bartanews

ପାଟନା: ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ଇଣ୍ଡିଆ ମେଣ୍ଟରେ ରାଜନୈତିକ ଅସ୍ଥିରତା ଜାରି ରହିଛି। କୁହାଯାଉଛି ଯେ ଇଣ୍ଡିଆ ମେଣ୍ଟର ଆଗାମୀ ବୈଠକକୁ ନେଇ ଅଖିଳେଶ, ମମତା କ୍ଷୁବ୍ଧ ଥିବାବେଳେ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ନାରାଜ ଥିବାର ଚର୍ଚ୍ଚା ଜୋର ଧରିଛି | ମିଳିଥିବା ସୂଚନା ଅନୁଯାୟୀ, ନୀତୀଶ କୁମାର ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗଦେବେ ନାହିଁ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ ବୋଲି କୁହାଯାଉଛି।ତେବେ ଆରଜେଡି ସୁପ୍ରିମୋ ଲାଲୁ […]

୨୦୨୪ରେ ଓଡ଼ିଶାରେ ବିଜେପି ସରକାର: ମନମୋହନ

୨୦୨୪ରେ ଓଡ଼ିଶାରେ ବିଜେପି ସରକାର: ମନମୋହନ

Bartanews

ଭୁବନେଶ୍ୱର: ରବିବାର ପ୍ରକ‌ା‌ଶ ପାଇଥିବା ୪ଟି ରାଜ୍ୟର ନିର୍ବାଚନ ଫଳାଫଳ ଓଡ଼ିଶା ବିଜେପିକୁ ଉତ୍ସାହିତ କରିଦେଇଛି। ଛତିଶଗଡ଼, ରାଜସ୍ଥାନ ଓ ତେଲେଙ୍ଗାନାରେ ସରକାର ବଦଳିବା ପରେ ଓଡ଼ିଶାରେ ବିଜେପି ବି କ୍ଷମତାକୁ ଆସିବ ବୋଲି ଆଶାବାଦୀ ହୋଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ କେବଳ ପ୍ରଚାର ଓ ଘୋଷଣା ସର୍ବସ୍ବ ହେଲେ ଭୋଟ୍‌ ମିଳିବ ନାହିଁ। ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରର କୌଣସି ସ୍ଥାନ ନାହିଁ। ଗରିବଙ୍କ […]

୫ ରାଜ୍ୟର ନିର୍ବାଚନ ଫଳାଫଳ ପରେ.. ଓଡ଼ିଶା କଂଗ୍ରେସର ଖୁସି କମ୍, ଚିନ୍ତା ବେଶି

୫ ରାଜ୍ୟର ନିର୍ବାଚନ ଫଳାଫଳ ପରେ.. ଓଡ଼ିଶା କଂଗ୍ରେସର ଖୁସି କମ୍, ଚିନ୍ତା ବେଶି

Bartanews

ଭୁବନେଶ୍ବର: ଛତିଶଗଡ଼ ଓ ରାଜସ୍ଥାନ ହାତରୁ ଖସିଗଲା। ମିଜୋରାମ ଭୋଟର ସାଥ୍‌ ଦେଲେନି। ମଧ୍ୟପ୍ରଦେଶ ଦଖଲ ରହିଗଲା ସ୍ବପ୍ନରେ। କେବଳ ତେଲେଙ୍ଗାନାରେ କଂଗ୍ରେସକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି। କଂଗ୍ରେସର ଏଭଳି ପ୍ରଦର୍ଶନ ନେଇ ଦଳର ଶୀର୍ଷ ନେତୃତ୍ବ ଚିନ୍ତାରେ। ଇଣ୍ଡିଆ ମେଣ୍ଟରେ ଦବ୍‌ଦବା କମିବ, ଏହାର ଆଭାସ ମିଳିଲାଣି। ଏପଟେ ଓଡ଼ିଶା ଭଳି ରାଜ୍ୟ, ଯେଉଁମାନେ ଡିସେମ୍ବର ୩ ଓ ୪ ତାରିଖର ଫଳାଫଳ ସହିତ ନିଜର ଭାଗ୍ୟକୁ ଯୋଡ଼ୁଥିଲେ, ସେମାନେ ବି ଦ୍ବନ୍ଦ୍ବରେ। ୨୦୨୪ ନିର୍ବାଚନକୁ […]

ମିଜୋରାମ ନିର୍ବାଚନ: ଭାଙ୍ଗିଲା ୩୬ ବର୍ଷର ଧାରା, ପ୍ରଥମ ପଦାର୍ପଣରେ ଜେଡ୍‌ପିଏମ୍‌ର ଧମାକା

ମିଜୋରାମ ନିର୍ବାଚନ: ଭାଙ୍ଗିଲା ୩୬ ବର୍ଷର ଧାରା, ପ୍ରଥମ ପଦାର୍ପଣରେ ଜେଡ୍‌ପିଏମ୍‌ର ଧମାକା

Bartanews

ଆଇଜଲ: ମିଜୋରାମରେ ଗତ ୩୬ ବର୍ଷର ଧାରାକୁ ଭାଙ୍ଗିଛି ନବାଗତ ଜେଡ୍‌ପିଏମ୍‌ ବା ଜୋରାମ୍‌ ପିପୁଲ୍‌ସ ମୁଭ୍‌ମେଣ୍ଟ। ଏହି ୩୬ ବର୍ଷ ଭିତରେ ରାଜ୍ୟ ରାଜନୀତିରେ ରହିଥିଲା କଂଗ୍ରେସ ଏବଂ ଏମ୍‌ଏନ୍‌ଏଫ୍‌ର ଦବଦବ‌ା। କେବେ କଂଗ୍ରେସ ସରକାର ଗଢ଼ୁଥିଲା, ତ କେବେ ଏମ୍‌ଏନ୍ଏଫ୍। ତୃତୀୟ ବିକଳ୍ପ ହିଁ ନଥିଲା। କିନ୍ତୁ ଏଥର ସେହି ଧାରାକୁ ଭାଙ୍ଗି ରାଜ୍ୟ ରାଜନୀତିରେ ଧମାକା ସୃଷ୍ଟି କରିଛି ଜେଡ୍‌ପିଏମ୍‌। ପ୍ରଥମ ପଦାର୍ପଣରେ ଏମ୍‌ଏନ୍‌ଏଫ୍‌କୁ ହରାଇ କ୍ଷମତା ଦଖଲ କରିବାରେ ଏହି ନବଗଠିତ […]