ଭିଜିଲାନ୍ସ ଜାଲରେ ସ୍କୁଲ କିରାଣୀ, ପେନସନ୍ ଟଙ୍କା କରାଇ ଦେବା ପାଇଁ ନେଉଥିଲେ ଲାଞ୍ଚ

Bartanews

ଭିଜିଲାନ୍ସ ଜାଲରେ ସ୍କୁଲ କିରାଣୀ, ପେନସନ୍ ଟଙ୍କା କରାଇ ଦେବା ପାଇଁ ନେଉଥିଲେ ଲାଞ୍ଚ

ଯାଜପୁର: ଭିଜିଲାନ୍ସ ଜାଲରେ ସ୍କୁଲ କିରାଣୀ । ପେନସନ ଟଙ୍କା କରାଇ ଦେବା ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେବାବେଳେ ଧରା ପଡ଼ିଲେ । କବିରପୁର ସ୍ଥିତ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର କିରାଣୀ ମହେଶ୍ୱର ସାମଲ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ।

ଖବର ଅନୁଯାୟୀ, ଅବସରପ୍ରାପ୍ତ ନିରଞ୍ଜନ ରାୟଙ୍କର ପେନସନ କାଗଜପତ୍ର କାମ କରାଇଦେବା ପାଇଁ କିରାଣୀ ମହେଶ୍ୱର ସାମଲଙ୍କୁ ୭ ହଜାର ଟଙ୍କା ମାଗିଥିଲେ ।  ଏନେଇ ନିରଞ୍ଜନ ବୁଧବାର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ଗୁରୁବାର ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ କିରାଣୀ ମହେଶ୍ୱରକୁ ୪ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

Leave a Comment