ସୁନ୍ଦରଗଡ଼ ପୋକ୍ସୋ କୋର୍ଟର ଐତିହାସିକ ରାୟ, ନାବାଳିକା ଦୁଷ୍କର୍ମକାରୀକୁ ଦେଲେ ଫାଶୀ ଦଣ୍ଡାଦେଶ

Bartanews

ସୁନ୍ଦରଗଡ଼ ପୋକ୍ସୋ କୋର୍ଟର ଐତିହାସିକ ରାୟ, ନାବାଳିକା ଦୁଷ୍କର୍ମକାରୀକୁ ଦେଲେ ଫାଶୀ ଦଣ୍ଡାଦେଶ

ସୁନ୍ଦରଗଡ଼: ସୁନ୍ଦରଗଡ଼ ପୋକ୍ସୋ କୋର୍ଟର ଐତିହାସିକ ରାୟ । ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୧୬ ମସିହା ଅକ୍ଟୋବର ମାସର ସୁନ୍ଦରଗଡ଼ ଟାଉନ ଥାନା ଅଞ୍ଚଳର ଜଣେ ୪ ବର୍ଷୀୟ ଶିଶୁ କନ୍ୟାକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲାରେ ସଜା ଶୁଣାଇଛନ୍ତି ପୋକ୍ସୋ କୋର୍ଟ ଜଜ ମହେନ୍ଦ୍ର କୁମାର ସୂତ୍ରଧାର।

ସୂଚନା ଅନୁଯାୟୀ, ଶିଶୁ କନ୍ୟାଟି ମାଆ ସହିତ ଶୋଇଥିବା ବେଳେ ଅଭିଯୁକ୍ତ ସଞ୍ଜୀବ କେରକେଟ୍ଟା ଅପହରଣ କରିଥିଲା । ଏକ ନିର୍ମାଣାଧିନ କୋଠରେ ଦୁଷ୍କର୍ମ ପରେ ହତ୍ୟା କରିଥିଲା । ଅପହରଣର ତିନି ଦିନ ପରେ ଅର୍ଦ୍ଧ ଗଳିତ ମୃତଦେହ ଉଦ୍ଧାର କରିଥିଲା ଟାଉନ ଥାନା ପୁଲିସ ।

Leave a Comment