ଲାଞ୍ଚୁଆ ପୁଲିସକୁ ମାଡ଼ିବସିଲା ଭିଜିଲାନ୍ସ: ଲାଞ୍ଚ ନେଇ ଧରାପଡ଼ିଲେ ଏଏସ୍‌ଆଇ ଓ ହୋମ୍‌ଗାର୍ଡ

Bartanews

ଲାଞ୍ଚୁଆ ପୁଲିସକୁ ମାଡ଼ିବସିଲା ଭିଜିଲାନ୍ସ: ଲାଞ୍ଚ ନେଇ ଧରାପଡ଼ିଲେ ଏଏସ୍‌ଆଇ ଓ ହୋମ୍‌ଗାର୍ଡ

ବାଲେଶ୍ବର: ଭିଜିଲାନ୍ସ ଜାଲରେ ଦୁଇ ପୁଲିସ କର୍ମଚାରୀ । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଏଏସଆଇ ଏବଂ ହୋମ୍‌ଗାର୍ଡଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଉଭୟ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନାରେ ଭିଜିଲାନ୍ସ ଚଢାଉ କରି ଥାନାର  ଏଏସଆଇ ରତିକାନ୍ତ ରାଉତ ଓ ହୋମଗାର୍ଡ ଶଶୀକାନ୍ତ ମହାପାତ୍ରଙ୍କୁ ଗିରଫ କରିଛି । ରେମୁଣା ମେଣ୍ଡ୍ରା ଗାଁର ଗୌରାଙ୍ଗ ମହାରଣାଙ୍କ ମେଟାଲ ଟ୍ରକ୍ ଛାଡ଼ିବା ପାଇଁ ଉଭୟ ୨୦ହଜାର ଟଙ୍କା ନେଉଥିବା ବେଳେ ବାଲେଶ୍ବର ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା ।

Leave a Comment