ରେଲଧାରଣା ଉପରେ ପଥର; କିରଣ୍ଡୁଲ-ଆରୁକୁ-ବିଶାଖାପାଟଣାକୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

Bartanews

ରେଲଧାରଣା ଉପରେ ପଥର; କିରଣ୍ଡୁଲ-ଆରୁକୁ-ବିଶାଖାପାଟଣାକୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

କୋରାପୁଟ: ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନ ଅନ୍ତର୍ଗତ ଆନ୍ଧ୍ରପ୍ରଦେଶର ଶିବଲିଙ୍ଗପୁରମ୍‌ ନିକଟରେ ଟ୍ରେନ୍‌ଲାଇନ୍‌ରେ ପଥର ପଡ଼ିଛି। ଫଳରେ କିରଣ୍ଡୁଲ-ଆରୁକୁ-ବିଶାଖାପାଟଣାକୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆରୁକୁ-କୋଟାୱ୍ବାଲସା ମଧ୍ୟରେ ଶିବଲିଙ୍ଗପୁରମ ନିକଟରେ ରେଳଧାରଣାରେ ପଥର ପଡ଼ିଥିବା ନେଇ ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଉଦ୍ଧାରକାରୀ ଟିମ୍‌ ଟ୍ରେନ୍‌ ଘଟଣାସ୍ଥଳକୁ ଯାଉଛନ୍ତି। ରେଳଧାରଣା ଉପରେ ପଥର ଖସିବା କାରଣରୁ ୪ଟି ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଛି।

କିରଣ୍ଡୁଲ-ଆରୁକୁ-ବିଶାଖାପାଟଣା ରେଳଲାଇନ୍‌ରେ ରାତ୍ରି ଏକ୍ସପ୍ରେସ ଓ କିରୁଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର୍ ଟ୍ରେନ ଉଭୟ ପଟୁ ଚଳାଚଳ ବାତିଲ ହୋଇଛି। ଆଜି କିରଣ୍ଡୁଲରୁ ବାହାରିବାକୁ ଥିବା ରାତ୍ରି ଏକ୍ସପ୍ରେସ୍ ଟ୍ରେନର ରୁଟ ପରିବର୍ତ୍ତନ କରାଯାଇଛି। ଏହି ଟ୍ରେନ୍‌ ରାୟଗଡ ଦେଇ ବିଶାଖାପାଟଣା ପହଞ୍ଚିବ ବୋଲି ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Leave a Comment