ଭୁବନେଶ୍ବର: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଇଂଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। କଟକ ସଦର ବ୍ଲକ ସହକାରୀ ଇଂଜିନିୟର ବିକାଶ ଚନ୍ଦ୍ର ଭୂୟାଁ। ଚାରୋଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ। ଚଢ଼ାଉରେ ଭିଜିଲାନ୍ସର ୩ ଡ଼ିଏସପି, ୪ ଇନିସ୍ପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ। କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଏହି ଚଢ଼ାଉ ଚାଲିଛି । କଟକ ଜିଲା ନରସିଂହପୁର ପୈତୃକ ଘର ଓ ସଦର ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ରେଡ଼ ହେଉଛି। ସେହିପରି ଭୁବନେଶ୍ୱର ସୌଭାଗ୍ୟନଗର ଆବାସିକ ଘରେ ଓ ଚକେଇସିହାଣୀ ସମ୍ପର୍କୀୟଙ୍କ ଘରେ ଚାଲିଛି ଚଢ଼ାଉ।