ଭଉଣୀ ଘରେ ଭାଇର ସନ୍ଦେହଜନକ ମୃତ୍ୟୁ

Bartanews

ଗାଈ ଚରାଳିଙ୍କୁ ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ

ସୋର: ଭଉଣୀ ଘରେ ଭାଇର ସନ୍ଦେହଜନକ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଭାଇ ପ୍ରଭାକର ପ୍ରଧାନଙ୍କର ଭଉଣୀ ଘରେ ସନ୍ଦେହଜନକ ମୃତଦେହ ପୁଲିସ ଉଦ୍ଧାର କରିଛି। ପୂର୍ବରୁ ଜମିବାଡ଼ି ବିବାଦ ଥିବାରୁ ହତ୍ୟା ଅଭିଯୋଗ କରିଛନ୍ତି ଭାଉଜ ।

ସୂଚନା ଅନୁଯାୟୀ, ପୌରପାଳିକା ନଛିପୁର ଗଞ୍ଜ ଗ୍ରାମର ପ୍ରଭାକର ପ୍ରଧାନ (୬୦)। ଗତ ମାର୍ଚ୍ଚ ୨୭ ତାରିଖ ମୁବାରକପୁ ଗ୍ରାମର ଭଉଣୀ ଖେତ୍ରମଣି ନାୟକଙ୍କ ଘରକୁ ଆସିଥିଲେ। ଆଜି ଅପରାହ୍ନରେ ତାଙ୍କର ମୃତଦେହ ଉଦ୍ଧାର କରିଛି ପୁଲିସ । ପ୍ରାଥମିକ ତଦନ୍ତରୁ ହତ୍ୟାର କାରଣ ଜଣାପଡ଼ି ନ ଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।

 

Leave a Comment