ବାଘ ଛାଲ ଡିଲ ବେଳେ ଏସଟିଏଫର ଚଢ଼ାଉ, ଜଣେ ଗିରଫ

Bartanews

ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ପୋଡି ମାରିବା ଘଟଣା, ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଦେଲେ ଦୌରା ଜଜ୍

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ହଜ ଗାଁରେ ଏସଟିଏଫର ଚଢ଼ାଉ । ବାଘ ଛାଲ ଡିଲ ବେଳେ ଏସଟିଏଫ ଚଢ଼ାଉ କରିଛି । ଏହି ଚଢଉ ବେଳେ ଜଙ୍କିଆର ଉମେଶ ରଥଙ୍କୁ ଗିରଫ କରିଛ STF । ବନ୍ୟ ଜନ୍ତୁ ଆଇନ ଅଧୀନରେ STF କେସ ନମ୍ବର ୩୦ ରେ ମାମଲା ରୁଜୁ ହୋଇଛି।  ଡିଲ ସମ୍ପର୍କରେ ପୂର୍ବରୁ ସୂଚନା ପାଇଥିଲା ଟାସ୍କଫୋର୍ସ । ଯୋଜନା ଅନୁଯୟୀ ଛଦ୍ମ ବେଶରେ ଚଢ଼ାଉ କରିଥିଲେ STF ଅଧିକାରୀ ।

ସୂଚନା ଅନୁଯାୟୀ, ଉମେଶ ରଥ ପୂର୍ବରୁ ଚୋରା ବନ୍ଧୁକ, ବ୍ରାଉନସୁଗର, ଚୋରା କାଠ, ଲୁଟ, ଡକାୟତି ଭଳି ସାଙ୍ଘାତିକ ଅପରାଧରେ ଜଡିତଥିଲା। ଉମେଶଙ୍କ ନାଁରେ ବିଭିନ୍ନ ଥାନାରେ ବହୁ ମାମଲା ରୁଜୁ କରାଯାଇ ଜେଲ ପଠାଯାଇଛି।

Leave a Comment