ପୁଲିସ କବଜାରୁ ଅଭିଯୁକ୍ତକୁ ଛଡାଇନେଲେ ଦୁର୍ବୃତ୍ତ

Bartanews

ପୁଲିସ କବଜାରୁ ଅଭିଯୁକ୍ତକୁ ଛଡାଇନେଲେ ଦୁର୍ବୃତ୍ତ

ସୋର: ଅଭିଯୁକ୍ତକୁ ଛଡ଼ାଇ ପୋଲିସକୁ ଆକ୍ରମଣ କଲେ ଦୁର୍ବୃତ୍ତ। ସୋର ଥାନା ଅନନ୍ତପୁର ଫାଣ୍ଡି ପୁଲିସ ଘାଟ ଅଞ୍ଚଳରେ ଘଟିଯାଇଛି ଏପରି ଅଭାବନୀୟ ଘଟଣା। ପୁଲିସ ବାଲିଛନ୍ଦା ଘାଟରୁ ବଂଶୀଧର ମଲ୍ଲିକ ୱାରେଣ୍ଟିକୁ ଧରି ଅଟୋ ଯୋଗେ ଫେରିଲା ବେଳେ ଦୁର୍ବୃତ୍ତମାନେ ପୁଲିସକୁ ଆକ୍ରମଣ କରି ଅଭିଯୁକ୍ତକୁ ଛଡ଼ାଇ ନେଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ପୁଲିସ କର୍ମଚାରୀଙ୍କ ହାତ ଭାଙ୍ଗିଥିବା ବେଳେ ସବ୍ ଇନ୍ସପକ୍ଟରଙ୍କ ମୋବାଇଲ ଛଡାଇ ନେଇଥିବା ସୂଚନା।

Leave a Comment