ନିଜକୁ ପୁଲିସ ପରିଚୟ ଦେଇ ଡକାୟତି କରୁଥିଲେ CRPF ଯବାନ, ଗିରଫ କଲା ପୁଲିସ

Bartanews

ନିଜକୁ ପୁଲିସ ପରିଚୟ ଦେଇ ଡକାୟତି କରୁଥିଲେ CRPF ଯବାନ, ଗିରଫ କଲା ପୁଲିସ

ଲମତାପୁଟ: CRPF ଯବାନଙ୍କ ଖାକିରେ ଲାଗିଲା ଦାଗ । ଡକାୟତି କରୁଥିଲେ ଜଣେ CRPF ଯବାନ । ପାଡୁଆ ପୁଲିସ ଡକାୟତି କରୁଥିବା ଯବାନ ଓ ସହଯୋଗୀକୁ ଗିରଫ କରିବାରେ ସଫଳତା ପାଇଛି । ଆନ୍ଧ୍ରପ୍ରଦେଶର ରାଜମେଣ୍ଡ୍ରିରେ କାର୍ଯ୍ୟରତ ଥିବା ୪୨ ବାଟାଲିୟନର CRPF ଯବାନ ରାଜକୁମାର ଜୈନ ଏବଂ ଜଣେ ସହଯୋଗୀଙ୍କ ସହ ମିଶି ଡକାୟତି କରୁଥିଲେ। ଓଡିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ରରୁ ଆସୁଥିବା କିଛି ପର୍ଯ୍ୟଟକଙ୍କ ଠାରୁ ସ୍ଥାନୀୟ ପୁଲିସର ପରିଚୟ ଦେଇ ଟଙ୍କା ଓ ମୋବାଇଲ ଲୁଟିଥିଲେ।  ଜଣେ ପର୍ଯ୍ୟଟକ ୧୧୨କୁ କଲ କରି ଅଭିଯୋଗ କରିଥିଲେ । ସଙ୍ଗେସଙ୍ଗେ ପାଡୁଆ ପୁଲିସ ତତ୍ପରତା ଦେଖାଇ ଅଭିଯୁକ୍ତକୁ ଠାବ କରି ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତଙ୍କ ଠାରୁ ଯବାନ ବ୍ୟବହାର କରୁଥିବା ଦୁଇଟି ମଙ୍କି କ୍ୟାପ, ଦୁଇଟି ୱାକିଟକି,୪୫୦୦ ନଗଦ ଟଙ୍କା, ୪ ଟି ମୋବାଇଲ, ସ୍କୁଟି ଗାଡି ଏବଂ ଆଇ କାର୍ଡ ଜବତ କରିଛି ପୁଲିସ। ଏ ନେଇ ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି।

Leave a Comment