ନାତିର କଟୁରି ଚୋଟରେ ଆଈ ମୃତ, ୨ ମହିଳା ଆହତ

Bartanews

ନାତିର କଟୁରି ଚୋଟରେ ଆଈ ମୃତ, ୨ ମହିଳା ଆହତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧିନ ଗଦେଇଗିରି ଗ୍ରାମରେ ଅଘଟଣ ଘଟିଛି। ନିଜ ଆଈକୁ ହାଣି ମୁଣ୍ଡ ଗଣ୍ଡି ଅଲଗା କଲା ନାତି । ମୃତ ଆଈଙ୍କ ନାଁ ସଖି ଲତା ସାହୁ । ଆଇ ସହ ନାବାଳିକା ଓ ତା ମାଆକୁ ମଧ୍ୟ କଟୁରୀରେ ଆକ୍ରମଣ କରିଛି ଅଭିଯୁକ୍ତ। ଆକ୍ରମଣରେ ଗୁରୁତର ମାନଙ୍କୁ ବାଲିକୁଦା ମେଡିକଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ସମୀର ସାହୁ ବାଲିକୁଦା ଥାନାରେ ଅଟକ ରଖିଛି ପୁଲିସ।

ଖବର ଅନୁଯାୟୀ, ଅଭିଯୁକ୍ତ ନାଁରେ ପୂର୍ବରୁ ବହୁ ମାମଲା ରହିଛି। ଅଭିଯୁକ୍ତ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇ ଜେଲରୁ ଫେରାର ପରେ ଏପରି ହତ୍ୟାକାଣ୍ଡ ଘଟାଇଛି।

 

 

Leave a Comment