‘ତାରକ ମେହେତା କା ଉଲଟା ଚଷମା’ ବନ୍ଦ୍‌ ହେବା ପ୍ରସଂଗରେ ନୀରବତା ଭାଙ୍ଗି ଦୁଃଖ ପ୍ରକାଶ କଲେ ନିର୍ମାତା

Bartanews

‘ତାରକ ମେହେତା କା ଉଲଟା ଚଷମା’ ବନ୍ଦ୍‌ ହେବା ପ୍ରସଂଗରେ ନୀରବତା ଭାଙ୍ଗି ଦୁଃଖ ପ୍ରକାଶ କଲେ ନିର୍ମାତା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ କମେଡି ସୋ’ ‘ତାରକ ମେହେତା କା ଉଲଟା ଚଷମା’ ଆଜିକାଲି ବିବାଦ ଭିତରେ ରହିଛି। ସୋ’ର ନିର୍ମାତା ଦୀପାବଳି ଭିତରେ ଦୟାବେନ୍‌ଙ୍କୁ ସୋ’କୁ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ, ଯାହା ସେ ପୂରଣ କରିପାରିନାହାନ୍ତି। ଏବେ ଏହି ଲୋକପ୍ରିୟ ଧାରାବାହିକଟି ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି ବୋଲି ଖବର ହସ୍ତଗତ ହୋଇଛି।

ଯଦିଓ ଏହି ଖବର ଏଯାବତ୍‌ ନିଶ୍ଚିତ ହୋଇପାରି ନାହିଁ, ତେବେ ସୋ’ର ନିର୍ମାତା ଅସିତ ମୋଦୀ ନିଜେ ଆଗକୁ ଆସି ଏହାକୁ ବନ୍ଦ କରିବା ବିଷୟରେ ଆଲୋଚନା କରିଛନ୍ତି। ସୋ’ ବନ୍ଦ‌ ହେବାକୁ ନେଇ ସେ ତାଙ୍କର ନୀରବତା ଭଙ୍ଗ କରିବା ସହ ନିଜର ଦୁଃଖ ବି ପ୍ରକା‌ଶ କରିଛନ୍ତି।

ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ‘ତାରକ ମେହେତା କା ଓଲଟା ଚଷମା’ ସୋ’କୁ ବୟକଟ୍‌ କରିବା ପାଇଁ ଦାବି ହେଉଛି। ଅନେକ ଲୋକ ନିର୍ମାତାଙ୍କ ବିରୋଧରେ ଦର୍ଶକଙ୍କୁ ପ୍ରତାରଣା କରୁଥିବା ଅଭିଯୋଗ ଆଣିଛନ୍ତି।

ଏସବୁ ଭିତରେ ସୋ’ର ନିର୍ମାତା ଅସିତ ମୋଦୀ ତାଙ୍କର ସାକ୍ଷାତ୍‌କାର ଦେଇ ଏହି ବିବାଦ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଏହି ସୋ’ ବନ୍ଦ ହେବା ବିପକ୍ଷରେ ନିଜର ମତ ରଖିଛନ୍ତି। ନିର୍ମାତା କହିଛନ୍ତି କି ‘‘କେଉଁ ବି କମେଡି ସୋ’ ୧୫ ବର୍ଷ ପର୍ଯ୍ୟନ୍ତ ଚାଲିବା କିଛି ଛୋଟ କଥା ନୁହେଁ। ମୁଁ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଏଠାରେ ଅଛି। ‘ତାରକ ମେହେତା କା ଓଲଟା ଚଷମା’ ସୋ’ କୁଆଡ଼େ ଯାଉନାହିଁ।’’

ସେ ଦୟାବେନ୍‌ଙ୍କ ସୋ’କୁ ଫେରିବା ପ୍ରସଂଗରେ କହିଛନ୍ତି କି ‘‘କିଛି କାରଣରୁ ଆମେ ଦୟାବେନ୍‌ଙ୍କୁ ଫେରାଇ ଆଣିବାକୁ ସମର୍ଥ ହୋଇପାରିନୁ। ମୁଁ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଦିନେ ସେ ନିଶ୍ଚୟ ଫେରିବେ। ସେ ଦିଶା ବକାନି ହୁଅନ୍ତୁ ବା ଅନ୍ୟ କେହି ଅଭିନେତ୍ରୀ।’’

ଦୟାବେନ୍‌ଙ୍କ ଚରିତ୍ର ନିଭାଉଥିବା ଦିଶା ଗର୍ଭବତୀ ଥିବା କାରଣରୁ ସୋ ଛାଡିଥିବା କେହି କେହି ଚର୍ଚ୍ଚା କରୁଥିବାରୁ ଅଧିକ ପାରିଶ୍ରମିକ ଦାବି କରି ସେ ସୋ’କୁ ଫେରୁନାହାନ୍ତି ବୋଲି ବି ଆଲୋଚନା ହେଉଛି।

Leave a Comment