ଜାଣନ୍ତୁ ଆଜିର ରାଶିଫଳ

Bartanews

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କର ମନ ଭଲ ରହିବ। ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଅଫିସରେ ସହକର୍ମୀ ଆପଣଙ୍କ କାମର ପ୍ରଶଂସା କରିବେ। ଖେଳାଳିମାନଙ୍କ ଲାଗି ଦିନଟି ଭଲ।

ବୃଷ: ଆପଣ ଆତ୍ମବିଶ୍ବାସରେ ପରିପୂର୍ଣ୍ଣ ରହିବେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଲାଗି ସୁଯୋଗ ପାଇବେ। ପରିବାର ଲୋକଙ୍କ ସହିତ ସମ୍ବନ୍ଧ ନିବିଡ଼ ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

ମିଥୁନ: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହେବ। ନିଜର ଧ୍ୟାନ ଲକ୍ଷ୍ୟ ଦିଗରେ ସଜାଇ ରଖିବେ। ଜୀବନସାଥୀ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

କର୍କଟ: ବିଶେଷ କାମ ପାଇଁ ଆପଣଙ୍କ ମନରେ ନୂଆ ବିଚାର ଆସିବ। ଜମି କିଣିବା ଲାଗି ଆପଣଙ୍କୁ ଭଲ ପ୍ରସ୍ତାବ ମିଳିବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ।

ସିଂହ: ଜୀବନକୁ ଅଧିକ ସୁନ୍ଦର କରିବାର ସୁଯୋଗ ପାଇବେ। ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ। ବ୍ୟବସାୟ ସମ୍ବନ୍ଧୀୟ ଲୋକଙ୍କ ସହ ସମ୍ପର୍କ ବଢ଼ାଇବେ।

କନ୍ୟା: ଚାକିରି ବୃତ୍ତି କ୍ଷେତ୍ରରେ ପରିସ୍ଥିତି ଭଲ ରହିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଶିକ୍ଷାକ୍ଷେତ୍ରରେ ଭଲ ପରିଣାମ ପାଇବେ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ।

ତୁଳା: ଅର୍ଥ ସଂପର୍କିତ ମାମଲାରେ ବୁଦ୍ଧି ଖଟାଇ କାମ କରନ୍ତୁ। ଅଧିକାରୀମାନଙ୍କ ସହ ଭଲ ତାଳମେଳ ରଖନ୍ତୁ। ବ୍ୟବସାୟର ନୂଆ ଦିଗ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

ବିଛା: ଆପଣ ଭାବିଥିବା ସବୁ କାମ ସଂପୂର୍ଣ୍ଣ ହୋଇଯିବ। ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ। ଆପଣଙ୍କର ବ୍ୟାଙ୍କ ବାଲାନ୍‌ସ ବଢ଼ିବ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବେ।

ଧନୁ: ଆପଣଙ୍କୁ ଭାଗ୍ୟର ପୂରା ସହଯୋଗ ମିଳିବ। ଜୀବନସାଥୀର ବ୍ୟବହାରରେ ପ୍ରଭାବିତ ହେବେ। ଲେଖାଲେଖି କରୁଥିବା ଲୋକଙ୍କର ପ୍ରଶଂସା ହେବ। ପ୍ରେମ ଜୀବନ ଭଲ ରହିବ।


ମକର: ପରିବାରର ଆବଶ୍ୟକତା ପୂରା କରିବାକୁ ଚେଷ୍ଟା କରିବେ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ଯାତାୟାତ ସମୟରେ ସାବଧାନ ରହନ୍ତୁ।

କୁମ୍ଭ: ଜୀବନଶୈଳୀ ପରିବର୍ତ୍ତନ କରିବାକୁ ପଡ଼ିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଭାବିଚିନ୍ତି ପୁଞ୍ଜି ନିବେଶ କରନ୍ତୁ। ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ।

ମୀନ: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଲେଖାପଢ଼ା ପ୍ରତି ଆପଣଙ୍କର ରୁଚି ବଢ଼ିବ। ଭାଗ୍ୟର ସହଯୋଗ ମିଳିବା ଯୋଗୁଁ ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ।

Leave a Comment