ଜମିବାଡ଼ି ଟଙ୍କା ନେଣଦେଣକୁ ନେଇ ହତ୍ୟାକାଣ୍ଡ

Bartanews

ଜମିବାଡ଼ି ଟଙ୍କା ନେଣଦେଣକୁ ନେଇ ହତ୍ୟାକାଣ୍ଡ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅଧିନ ନଈରୀ ଗ୍ରାମରେ ଜମିଜମା ବିବାଦକାୁ ନେଇ ହତ୍ୟାକାଣ୍ଡ ଘଟିଛି । ମୃତ ବ୍ଯକ୍ତଙ୍କ ହେଲେ ନଈରୀ ଗ୍ରାମର ସାରଥୀ ନାୟକ ।

ସୂଚନା ଅନୁଯାୟୀ, ସାରଥୀ ନାୟକ ନିଜର ଜମିବାଡ଼ି ଟଙ୍କା ଲେଣ ଦେଣକୁ ନେଇ ସେହି ଗ୍ରାମର କେଦାର ନାୟକଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ସାମାନ୍ୟ କଥାରୁ ଆରମ୍ଭ ହୋଇଥିବା କଳି ପରେ ଜଘନ୍ୟ ହତ୍ୟାକାଣ୍ଡର ରୂପ ନେଇଥିଲା। କେଦାର ନାୟକ ଉତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ସାରଥୀ ନାୟକଙ୍କୁ। ଘଟଣା ସ୍ଥଳରୁ ସାରଥୀ ନାୟକଙ୍କୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ପରିବାରଲୋକେ ଉଦ୍ଧାର କରି ବାଲୁଗାଁ ସରକାରୀ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ସାରଥୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏଘଟଣାରେ ତାଙ୍କ ପୁଅ ସନତ ନାୟକ ମଧ୍ୟ ଆହତ ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚିଛି। ସବ ବ୍ୟବଛେଦ ପରେ ମୃତ୍ଯୁର କାରଣ ଜଣାପଡିବ ବୋଲୁ ପୁଲିସ ପକ୍ଷରୁ କହୁଯାଇଛି।

Leave a Comment