‘ଗୁଗଲ୍‌’ରେ ଲକ୍ଷାଧିକ ଟଙ୍କା ଉପାର୍ଜନ କରି ମଧ୍ୟ ନଥିଲେ ସନ୍ତୁଷ୍ଟ; ବିଫଳ ପରେ ବିଫଳ ହୋଇ ବନିଗଲେ ଆଇଏଏସ୍‌

Bartanews

‘ଗୁଗଲ୍‌’ରେ ଲକ୍ଷାଧିକ ଟଙ୍କା ଉପାର୍ଜନ କରି ମଧ୍ୟ ନଥିଲେ ସନ୍ତୁଷ୍ଟ; ବିଫଳ ପରେ ବିଫଳ ହୋଇ ବନିଗଲେ ଆଇଏଏସ୍‌

ନୂଆଦିଲ୍ଲୀ: ୟୁପିଏସସି ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷା ଏବଂ ପ୍ରତିବର୍ଷ ଲକ୍ଷ ଲକ୍ଷ ଆଶାୟୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆଶାରେ ରୁହନ୍ତି। ଆମେ ଆଜି ଆପଣଙ୍କୁ କହିବୁ ଜଣେ ଆଇଏଏସ୍ ଅଧିକାରୀଙ୍କ ସଫଳତାର କାହାଣୀ। ଯାହାକି ଅନ୍ୟ ସମସ୍ତ ଆଶାୟୀଙ୍କ ପାଇଁ ଏକ ଉଦାହରଣ।

ଆମେ କହୁଛୁ ଆଇଏଏସ୍ ଅଧିକାରୀ ଅନୁଦୀପ ଦୁରିସେଟ୍ଟୀଙ୍କ ବିଷୟରେ। ଯିଏକି ୨୦୧୭ ମସିହାରେ ସର୍ବଭାରତୀୟ ସ୍ତରରେ ୧ ନମ୍ବର ସ୍ଥାନ ଅଧିକାର କରି ଇତିହାସ ସୃଷ୍ଟି କରିଥିଲେ।

ଏହି ଉଲ୍ଲେଖନୀୟ ସଫଳତା ତାଙ୍କର ଆତ୍ମବିଶ୍ବାସର ଏକ ପ୍ରମାଣ। ଅନୁଦୀପ ‘ଗୁଗଲ୍‌’ ପରି ଏକ ନାମୀ କମ୍ପାନିରେ ଏକ ଉଚ୍ଚ ପଦବୀରେ ରହି ଲକ୍ଷାଧିକ ଟଙ୍କା ଦରମା ପାଉଥିଲେ ବି ତାଙ୍କ ଆଇଏଏସ୍‌ ବନିବାର ସ୍ବପ୍ନ ଆଗରେ ତାହା ଛୋଟ ପଡ଼ି ଯାଇଥିଲା। ଗୁଗୁଲରେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ ବୃତ୍ତିଗତ ଅଭିଜ୍ଞତା ହାସଲ କରିବା ପରେ ଅନୁଦୀପ ତାଙ୍କର ୟୁପିଏସ୍‌ସି ସିଏସ୍‌ଇ ଯାତ୍ରା ଆରମ୍ଭ କରିଥିଲେ।

୨୦୧୨ ମସିହାରେ ସେ ତାଙ୍କର ପ୍ରାରମ୍ଭିକ ପ୍ରୟାସରେ ସଫଳ ହୋଇପାରିଲେ ନାହିଁ ଏବଂ ୨୦୧୩ ରେ ପରବର୍ତ୍ତୀ ଚେଷ୍ଟାରେ ଅନୁଦୀପ ଭାରତୀୟ ରାଜସ୍ୱ ସେବା (ଆଇଆରଏସ୍) ରେ ଏକ ସ୍ଥାନ ଅଧିକାର କରିଲେ ସିନା, ହେଲେ ତାଙ୍କର ଆଇଏଏସ୍‌ ଅଧିକାରୀ ହେବାର ଲକ୍ଷ୍ୟ ପୂରଣ ହୋଇପାରିଲା ନାହିଁ।

ନାନା ବାଧା ବିଘ୍ନ ସତ୍ତ୍ବେ ସେ ୨୦୧୪ ଓ ୨୦୧୫ରେ ୟୁପିଏସ୍‌ସି ପରକ୍ଷା ପାଇଁ ଚେଷ୍ଟା କରିଥିଲେ। ସେ ଦୁଇ ଥର ବି ସେ ବିଫଳତା ପାଇଥିଲେ। ଶେଷରେ ୨୦୧୭ ମସିହାରେ ‌ସେ ତାଙ୍କର ପଞ୍ଚମ ପ୍ରୟାସରେ କେବଳ ଆଇଏଏସ୍‌ ବନିଲେନି, ବରଂ ୟୁପିଏସ୍‌ସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧ ନମ୍ବରରେ ରହିଥିଲେ।

Leave a Comment