ଚାଲିଚାଲି ଅଯୋଧ୍ୟା ଯିବା ପାଇଁ ପଶ୍ଚିମବଙ୍ଗରୁ ଯାତ୍ରା ଆରମ୍ଭ କରିଥିବା ବ୍ୟକ୍ତି କହୁଛନ୍ତି ଏଭଳି କଥା…

Bartanews

ଚାଲିଚାଲି ଅଯୋଧ୍ୟା ଯିବା ପାଇଁ ପଶ୍ଚିମବଙ୍ଗରୁ ଯାତ୍ରା ଆରମ୍ଭ କରିଥିବା ବ୍ୟକ୍ତି କହୁଛନ୍ତି ଏଭଳି କଥା…

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ତାରିଖ ପାଖେଇ ଆସିଲାଣି। ଏହାକୁ ଦୃଷ୍ଟିରେ ରଖି ଦେଶର କୋଣଅନୁକୋଣରୁ ଲୋକେ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରି ଦେଇଛନ୍ତି। ଏହି କ୍ରମ‌ରେ ଜଣେ ବ୍ୟକ୍ତି ପଶ୍ଚିମବଙ୍ଗରୁ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଚାଲିଚାଲି ଯିବାକୁ ନିଷ୍ପତ୍ତି ନେଇ ଯାତ୍ରା ଆରମ୍ଭ କରି ଦେଇଛନ୍ତି।

ପଶ୍ଚିମବଙ୍ଗରୁ ଅଯୋଧ୍ୟା ପର୍ଯ୍ୟନ୍ତ ପାଦରେ ଚାଲିଚାଲି ଯାଉଥିବା ବ୍ୟକ୍ତିଙ୍କ ନାମ ବିଶ୍ବମ୍ଭର କନିକା ବୋଲି ଜଣାପଡ଼ିଛି। ବିଶ୍ବମ୍ଭର ଡିସେମ୍ବର ୪ ତାରିଖ ସକାଳେ ମୁର୍ସିଦାବାଦର ବହରାମପୁରରୁ ପାଦରେ ଚାଲିଚାଲି ଅଯୋଧ୍ୟା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେ ଗତକାଲି ଯାତ୍ରା ଆରମ୍ଭ କରିଛନ୍ତି। ହାତୀନଗର ଅଞ୍ଚଳରୁ ପାଦରେ ଚାଲିଚାଲି ଅଯୋଧ୍ୟା ପର୍ଯ୍ୟନ୍ତ ପହଞ୍ଚିବାକୁ ବିଶ୍ବମ୍ଭରକୁ ୩ମାସର ସମୟ ଲାଗିବ।  ଏହି ଯାତ୍ରା ପାଇଁ ବିଶ୍ବମ୍ଭର ପାଖାପାଖି ୧୪୦୦କିମି ଦୀର୍ଘ ରାସ୍ତା ଅତିକ୍ରମ କରିବେ।

ଏହି ଯାତ୍ରାକୁ ନେଇ ବିଶ୍ବମ୍ଭର କହିଛନ୍ତି, ‘ସମଗ୍ର ରାଜ୍ୟରେ ଅରାଜକତା ବ୍ୟାପି ଯାଇଛି। ଏଥିରୁ ମୁକ୍ତି ଚାହୁଁଛି। ମୋ ସହିତ ମୁଁ ପ୍ରଭୁ ହନୁମାନଙ୍କ ମୂର୍ତ୍ତି ନେଇ ଯାଉଛି। ଅଯୋଧ୍ୟାରେ ପହଞ୍ଚିବା ପରେ ପ୍ରଭୁ ହନୁମାନଙ୍କୁ ମୁଁ ପ୍ରଭୁ ରାମଙ୍କ ସହିତ ଭେଟ କରାଇବି। ସେଠାରେ ପହଞ୍ଚି ମୁଁ ସମଗ୍ର ‌ଲୋକଙ୍କ ପାଇଁ ମଙ୍ଗଳ କାମନା କରିବି। ଏହି ଯାତ୍ରା ସମୟରେ ମୋର ମା’ ବାପା ଓ ସ୍ତ୍ରୀ ଭାବବିହ୍ବଳ ହୋଇପଡ଼ିଥିଲେ। ମୁଁ ସେମାନଙ୍କୁ ଅନେକ ବୁଝାଇବା ପରେ ଏହି ଯାତ୍ରାରେ ଆଗକୁ ବଢ଼ିଛି।’

Leave a Comment