କିଏ ହେବେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ? ଏପରି କଥା କହିଲେ ଅମିତ ଶାହା

Bartanews

କିଏ ହେବେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ? ଏପରି କଥା କହିଲେ ଅମିତ ଶାହା

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରଠାରୁ ଲଗାତାର ପ୍ରଶ୍ନ ଉଠୁଛି ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ତିନି ରାଜ୍ୟର ବିଜେପି ଶିବିରରେ ଅନେକଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ସାମ୍ବାଦିକମାନେ ମଙ୍ଗଳବାର ସଂସଦ ଭବନ ପରିସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଏହି ପ୍ରଶ୍ନ ପଚାରିଥିଲେ।

ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ସମ୍ପର୍କରେ ପଚରାଯିବାରୁ ଶାହ ହସି ହସି କହିଥିଲେ, ‘ଏପର୍ଯ୍ୟନ୍ତ କିଛି ସ୍ଥିର ହୋଇନାହିଁ’। ଚଳିତ ସପ୍ତାହରେ ନିଷ୍ପତ୍ତି ହେବ କି ବୋଲି ପଚରାଯିବାରୁ ସେ କହିଛନ୍ତି, “କହିଦେବୁ, କାହିଁକି ବିଳମ୍ବ ହେବ ? ଛତିଶଗଡ଼ ଓ ରାଜସ୍ଥାନରେ ସରକାର ପରିବର୍ତ୍ତନ ବିଷୟରେ ସାମ୍ବାଦିକମାନେ ଅନ୍ୟ କିଛି ଜାଣିବାକୁ ଚେଷ୍ଟା କରିଥିଲେ, ଶାହା ହସି ହସି କହିଲେ ଯେ ‘ପରିବର୍ତ୍ତନ ତ ଜାରି ରହିଥାଏ’।

ସୋମବାର ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଏ ନେଇ ଆଲୋଚନା କରିଥିଲେ। ତେବେ ବୈଠକରେ କ’ଣ ଆଲୋଚନା ହୋଇଛି ସେ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ। ତେବେ ଏହି ତିନିରାଜ୍ୟରେ ନବନିର୍ବାଚିତ ଦଳୀୟ ବିଧାୟକଙ୍କ ବୈଠକର ତଦାରଖ ପାଇଁ କେନ୍ଦ୍ରୀୟ ନେତୃତ୍ୱ ଖୁବ୍ ଶୀଘ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରିବେ। ଏହି ବୈଠକରେ ବିଧାୟକମାନେ ନିଜର ନେତା ଚୟନ କରିବେ।

Leave a Comment