କାର୍ଯ୍ଯରତ ମହିଳା ଏସ.ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Bartanews

ରାଜଧାନୀରେ ଦୁଇଟି ଆତ୍ମହତ୍ୟା ଘଟଣା, ପୁଲିସର ତଦନ୍ତ ଆରମ୍ଭ

ଫୁଲବାଣୀ: ଜି ଉଦୟଗିରି ଥାନାରେ କାର୍ଯ୍ଯରତ ମହିଳା ଏସ.ଆଇ ସ୍ୱାଗତିକା ବେହେରାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସରକାରୀ ବାସଭବନରୁ ଜି ଉଦୟଗିରି ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ବେଳେ ଏ ନେଇ ଥାନା ଅଧିକାରୀ କିମ୍ବା ଅନ୍ୟ କୌଣସି ପଦାଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସ୍ୱାଗତିକାଙ୍କ ପରିବାର ଲୋକ ଆସି ଘଟଣାସ୍ଥଳରେ ପହଞ୍ଚିବା ପରେ ଶବବ୍ୟବଚ୍ଛେଦ କରାଯିବ। ପରେ ପରିବାର ସଦସ୍ୟଙ୍କୁ ତାଙ୍କ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

Leave a Comment