Bhari Sidha Sadha Odia Song Lyrics In Odia Font

Bartanews

ODIA SONG LYRICS

ଭାରି ସିଧା ସାଧା ଲାଜକୁଳି ଝିଅ ସିଏ


Bhari Sidha Sadha Odia Song Lyrics In Odia Language

ହେ ହେ ହେ ଆହା ହା ହା
ଲା ଲା ଲା ଲା ଲା ଲା

ଭାରି ସିଧା ସାଧା ଲାଜକୁଳି ଝିଅ ସିଏ
ଲାଗେରେ ଲାଗେ ସେ ହାଏ ମତେ ପରିଟିଏ
ହୁଁ ଭାରି ସିଧା ସାଧା ଲାଜକୁଳି ଝିଅ ସିଏ
ଲାଗେରେ ଲାଗେ ସେ ହାଏ ମତେ ପରିଟିଏ
ଭସା ଭସା ଆଖି ତାର ପଦୁଅଁ ପାଖୁଡା
ଚେହେରା ଯେମିତି ସତେ ଚାନ୍ଦର ଟୁକୁଡା
ଗୋଟେ ଚାଉଳେ ଗଢ଼ା ସେ ଝିଅ
ତା ପରି ହବ କିଏ
ଭାରି ସିଧା ସାଧା ଲାଜକୁଳି ଝିଅ ସିଏ
ଲାଗେରେ ଲାଗେ ସେ ହାଏ ମତେ ପରିଟିଏ

କବରୀ ସେ ଖୋଲି ଦେଲେ ବଉଦ ଭାସେ
ହସି ଦେଲେ ଫୁଲ ଫୁଟେ ସକାଳ ଆସେ
ହୁଁ କବରୀ ସେ ଖୋଲି ଦେଲେ ବଉଦ ଭାସେ
ହସି ଦେଲେ ଫୁଲ ଫୁଟେ ସକାଳ ଆସେ
ଭାବନାରେ ଚାଲି ଆସେ କିଛି କହେନା
ଲୁଚକାଳି ଖେଳେ ହେଲେ ଧରା ଦିଏନା
ବଗୁଲି ଓଠରେ ତାର ହସର ଜୁଆର
ଆଇନା ଦେଖିଲେ ଲାଗେ ତାକୁ ତା ନଜର
ମତେ ଦେଖିଲେ ନଖ ସେ ଖୁଣ୍ଟି
ଓଢଣା ଟାଣି ଦିଏ
ଭାରି ସିଧା ସାଧା ଲାଜକୁଳି ଝିଅ ସିଏ
ଲାଗେରେ ଲାଗେ ସେ ହାଏ ମତେ ପରିଟିଏ

ଲହରେଇ ହଳଦିଆ ଓଢଣୀ ତାର
ଝୁଲି ଝୁଲି ଆସେ ଯେବେ ସପନେ ମୋର
ହୁଁ ଲହରେଇ ହଳଦିଆ ଓଢଣୀ ତାର
ଝୁଲି ଝୁଲି ଆସେ ଯେବେ ସପନେ ମୋର
ଲାଗେ ସତେ ପାହାଡରୁ ଖସୁଚି ମେଘ
ଭିଜେଇ ସେ ଦବ ମତେ ବୋଳି ତା ରଙ୍ଗ
ସୋରିଷ ଫୁଲର ରଙ୍ଗ ମାଖି ସେ ଦେହରେ
ହଳଦୀ ବସନ୍ତ ସାଜି ଦେଖା ସେ ଦିଏରେ
ତାକୁ ଦେଖିଲେ ମୋ ଓଠ ଧାରେ
ଫୁଟଇ ଗୀତ ଟିଏ

ଭାରି ସିଧା ସାଧା ଲାଜକୁଳି ଝିଅ ସିଏ
ଲାଗେରେ ଲାଗେ ସେ ହାଏ ମତେ ପରିଟିଏ
ଭାରି ସିଧା ସାଧା ଲାଜକୁଳି ଝିଅ ସିଏ
ଲାଗେରେ ଲାଗେ ସେ ହାଏ ମତେ ପରିଟିଏ
ଭସା ଭସା ଆଖି ତାର ପଦୁଅଁ ପାଖୁଡା
ଚେହେରା ଯେମିତି ସତେ ଚାନ୍ଦର ଟୁକୁଡା
ଗୋଟେ ଚାଉଳେ ଗଢ଼ା ସେ ଝିଅ
ତା ପରି ହବ କିଏ
ହେ ହେ ହୁଁ ହୁଁ ହୁଁ ଲା ଲା ଲା ଲା
ଲା ଲା ଲା ଲା ହୁଁ ହୁଁ ହୁଁ
ଜୁ ଜୁ ଜୁ ଜୁ ହୁଁ ହୁଁ ହୁଁ ହେ ହେ ହେ 
ଲା ଲା ଲା ଲା ହୁଁ ହୁଁ ହୁଁ ହେ ହେ ହେ


Bhari Sidha Sadha Odia Song Lyrics In Odia Font

Thank You

Leave a Comment