Blog

Your blog category

ବାୟୋଟେକ୍ନୋଲୋଜି ନୀତିରେ ସାମିଲ ହେବ ପୁଷ୍ଟିଶସ୍ୟ: ସଂଶୋଧିତ ବାୟୋଟେକ୍ନୋଲୋଜି ନୀତି ଆସିବ

Bartanews

ଭୁବନେଶ୍ବର: ବାୟୋଟେକ୍ନାଲୋଜି ନୀତିରେ ପୁଷ୍ଟିଶସ୍ୟକୁ ସାମିଲ କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଓଡ଼ିଶାରେ ବାୟୋଟେକ୍ନୋଲୋଜି ପରିସର ବ୍ୟାପକ ଓ ଉଦ୍ୟୋଗ କ୍ଷେତ୍ରରେ ଏହାର ବିପୁଳ ସମ୍ଭାବନା ରହିଛି ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ‘ଗ୍ଲୋବାଲ ବାୟୋ ଇଣ୍ଡିଆ ୨୦୨୩’ କନ୍‌କ୍ଲେଭ୍‌ରେ ଓଡ଼ିଶା ପାଭିଲିଅନ୍‌କୁ ଉଦ୍‌ଘାଟନ କରିବା ଅବସରରେ ସେ ଏହା କହିଛନ୍ତି। ଏହି ଅବସରରେ ବିଜ୍ଞାନ ଓ ‌ବୈଷୟିକ ବିଭାଗର ପ୍ରମୁଖ […]

ସତ କହୁଛି: ବଡ଼ ବଡ଼ ଗଲେ ଫସର ଫାଟି

ସତ କହୁଛି: ବଡ଼ ବଡ଼ ଗଲେ ଫସର ଫାଟି

Bartanews

ଓଡ଼ିଆରେ ଗୋଟେ ଢଗ ଅଛି- “ବଡ଼ ବଡ଼ ଗଲେ ଫସର ଫାଟି, ସାନ ଆସିଛନ୍ତି ବେସର ବାଟି।” ଯେତେବେଳେ ବାର ଶହ କୁଶଳୀ ବଢ଼େଇମାନଙ୍କର ଅକ୍ଳାନ୍ତ ପରିଶ୍ରମ ସତ୍ତ୍ବେ କୋଣାର୍କ ମନ୍ଦିରର ମୁଣ୍ଡି ମରାଯାଇ ପାରିନଥିଲା ସେତେବେଳେ ବାଳକ ଧରମାର ଆବିର୍ଭାବ ଓ ଦମ୍ଭୋକ୍ତିକୁ ନେଇ ଏହି ଢଗଟି କୁହାଯାଇଥିଲା ବୋଲି ଶୁଣାଯାଏ। ଆଜି ଉତ୍ତରକାଶୀରେ ଏକ ମୂଷିକ ଗର୍ତ୍ତ ଖନନ ବାହିନୀ ଏହି ଢଗଟିକୁ ପୁନଶ୍ଚ ପ୍ରମାଣ କରିଦେଇଛି କାରଣ ଯେତେବେଳେ ଆମେରିକାର ଅତ୍ୟାଧୁନିକ ଅଗର […]

ଜୟ ଜନାର୍ଦ୍ଦନ!

‘କପ୍‌’ର ‘ପାରାଡକ୍‌ସ’

Bartanews

ଚଳିତ ‘କପ୍‌’ ସମ୍ମିଳନୀ ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରିପ୍ରେକ୍ଷୀରେ ବିଚାର କଲେ ଦିଶିଥାଏ ଯେ ୭୦,୦୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ଦୁବାଇକୁ ପରିବହନ କରି ଆଣିଥିବା ଅସଂଖ୍ୟ ବିମାନ, ଏହି ଅଭ୍ୟାଗତମାନଙ୍କ ରହଣି ସକାଶେ ଭରପୂର ହୋଇ ଉଠିଥିବା ହୋଟେଲମାନ, ‘କପ୍‌’ ହେତୁ ସୃଷ୍ଟ ଉତ୍ସବମୁଖର ପରିବେଶରେ ଦିନ ରାତି ଖୋଲା ରହୁଥିବା ରେସ୍ତୋରାଁ, ସଡ଼କରେ ଅବିଶ୍ରାନ୍ତ ଭାବେ ଚଳାଚଳ କରୁଥିବା ଯାନବାହନ, ଅସରନ୍ତି ଭୋଜିଭାତ ଇତ୍ୟାଦି କାରଣରୁ ଅଙ୍ଗାରକ ଉତ୍ସର୍ଜନ ମାତ୍ରାରେ ନିଶ୍ଚିତ […]

ନିଜ ଭିତରେ ନିଜେ

ନିଜ ଭିତରେ ନିଜେ

Bartanews

କୁହାଯାଏ ଯେ ଯାହା ଶୁଣିବାକୁ କାନ ଚାହିଁଥାଏ, ଲୋକେ ପ୍ରାୟ ତାହା ହିଁ କହନ୍ତି। ଏହା ତ ସାଧାରଣ ଜ୍ଞାନର କଥା। ସେଥି ଲାଗି ଆପଣଙ୍କୁ ଖୁସି କରିବା ଭଳି ‘ଟେକା-ଟେକି’ କଥାମାନ ଆପଣମାନେ ଅବଶ୍ୟ ଶୁଣୁଥିବେ! ସତ କହିଲେ ଆଉ କାହା ତୁଣ୍ଡରୁ ନିଜ ବିଷୟରେ ଏଭଳି କଥାମାନ ଶୁଣିବା ପାଇଁ ଲୋକେ ଟାକି ବସନ୍ତି। ସେଥି ଲାଗି ତ କିଛି ମତଲବ ଥିଲେ ଲୋକେ ବନେଇ ଚୂନେଇ ନାନା ବାଗରେ ଏମିତି କଥାମାନ କହନ୍ତି […]

ବିକଳ୍ପ ବିଶ୍ବ: ଆମ୍ବେଦକରଙ୍କ ତିନି ଚେତାବନୀ

ବିକଳ୍ପ ବିଶ୍ବ: ଆମ୍ବେଦକରଙ୍କ ତିନି ଚେତାବନୀ

Bartanews

ଏ ବର୍ଷ ଓଡ଼ିଶାର ଜଣାଶୁଣା ଆଇନ ସେବା ଓ ସହାୟତା ଅନୁଷ୍ଠାନ ‘କ୍ଲାପ୍’ ଆରମ୍ଭ କରିଛନ୍ତି ‘‘ଘର୍‌ଘର୍ ସଂବିଧାନ’’ ଅଭିଯାନ। ପ୍ରତି ବର୍ଷ ନଭେମ୍ବର ୨୬ ତାରିଖରେ ଭାରତୀୟମାନେ ପାଳନ କରନ୍ତି ସଂବିଧାନ ଦିବସ ଓ ଠିକ୍ ଦୁଇ ମାସ ପରେ ଜାନୁଆରି ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ। ସଂବିଧାନର ଚିଠା ବା ଡ୍ରାଫ୍‌ଟ ପ୍ରସ୍ତୁତି ପାଇଁ ଲାଗିଥିଲା ପ୍ରାୟ ତିନି ବର୍ଷ। ସଭ୍ୟ ଥିଲେ ୩୮୯। ଦେଶର ବିଭିନ୍ନ ଅଞ୍ଚଳରୁ ବଛା ହୋଇ ଆସିଥିଲେ। ସମାଜର […]

ନସିରୁଦ୍ଦିନଙ୍କ ଧାରଣା

ଅଲୌକିକ କଲମ!

Bartanews

ଜଣେ ବାଳକର ଇଚ୍ଛା ଥିଲା କବି ହେବ। ଦିନେ ଜଣେ ସାଧୁ ସେ ରହୁଥିବା ଗାଁକୁ ଆସିଲେ। ପିଲାଟି ତାଙ୍କୁ ଦେଖା କରି ତା’ର ସ୍ବପ୍ନ କଥା କହିଲା। ସାଧୁ କହିଲେ- ଏମିତି କଥା? ମୋ ପାଖରେ ଅଛି ଗୋଟିଏ ଅଲୌକିକ କଲମ। ମୁଁ ତୁମକୁ ତାହା ଦେବି। ଦେଖିବ ସେଇ କଲମ ଧରିବା ମାତ୍ରକେ ଚମତ୍କାର କବିତା ଲେଖିବାରେ ତୁମେ ସଫଳ ହେବ। ବାଳକଟି ସେଇ କଲମଟିକୁ ଧରି ଘରକୁ ଫେରିଲା। ତା’ ପରେ ଦେଖାଗଲା […]

‘ପିଏଲ୍‌ଏଫ୍‌ଆଇ’ର ସଦସ୍ୟ ଗିରଫ, ବନ୍ଧୁକ ସହ ଗୁଳି ଜବତ

‘ପିଏଲ୍‌ଏଫ୍‌ଆଇ’ର ସଦସ୍ୟ ଗିରଫ, ବନ୍ଧୁକ ସହ ଗୁଳି ଜବତ

Bartanews

ବିଶ୍ରା: ଗୁପ୍ତ ସୂଚନାକୁ କେନ୍ଦ୍ର କରି ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲ୍ଲାର ନକ୍ସଲ ପ୍ରଭାବିତ ବନ୍ଦଗାଁ ଅଞ୍ଚଳରେ ଝାଡ଼ଖଣ୍ଡ ପୁଲିସ ଏବଂ ସିଆର୍‌ପିଏଫ୍‌ ଯବାନମାନେ ଜଣେ ପିଏଲ୍‌ଏଫ୍‌ଆଇ ନକ୍ସଲ ସଦସ୍ୟଙ୍କୁ ଗିରଫ କରିଛନ୍ତି। ଗିରଫ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି, ଗୋଟିଏ ମୋଟରସାଇକଲ ଏବଂ ପିଏଲ୍‌ଏଫ୍‌ଆଇ ସଂଗଠନର ଏକ ଚନ୍ଦା ରସିଦ ବହି ପୁଲିସ ଜବତ କରିଛି। ପୁଲିସ ଗୁପ୍ତ ସୂଚନା ପାଇଥିଲେ ଯେ ପିଏଲ୍‌ଏଫ୍ଆଇ ଏରିଆ କମାଣ୍ଡର […]

ଜୟ ଜନାର୍ଦ୍ଦନ!

ଜୟ ଜନାର୍ଦ୍ଦନ!

Bartanews

କଂଗ୍ରେସକୁ ଆଉ ଯାହା ଏକ ଶକ୍ତ ଧକ୍‌କା ପହଞ୍ଚାଇଥିବ, ତାହା ହେଲା ଭୋଟ୍ ଆକର୍ଷଣ ପାଇଁ ନିଜର ପାରମ୍ପରିକ ନୀତି ପରିହାର କରି ଜାତି ଜନଗଣନା ମାଧ୍ୟମରେ ଏକ ସଂକୀର୍ଣ୍ଣ ଜାତିଆଣ ରାଜନୀତିକୁ ସେ ଦଳ ଓ ତା’ର ଚିର-ଅପରିପକ୍ବ ନେତା ରାହୁଲ ଗାନ୍ଧୀ ଯେଉଁ ମୁଖ୍ୟ ନିର୍ବାଚନୀ କୌଶଳ ରୂପେ ବ୍ୟବହାର କରିଥିଲେ, ମତଦାତାମାନେ ତାହାକୁ ‌େଜାର୍‌ଦାର ପ୍ରତ୍ୟାଖ୍ୟାନ କରିଛନ୍ତି। ବର୍ତ୍ତମାନ ବୋଧହୁଏ କଂଗ୍ରେସର ଶେଷ ଭରସା ହୋଇଥିବ ୨୦୧୮ ଓ ୨୦୧୯ର ଘଟଣାକ୍ରମ: ୨୦୧୮ର […]

ଆନ୍ଧ୍ର ମୁହାଁ ମିଗ୍‌ଜୌମ, ପ୍ରବଳ ବର୍ଷାରେ ବେହାଲ ଚେନ୍ନାଇ ସହର

ଆନ୍ଧ୍ର ମୁହାଁ ମିଗ୍‌ଜୌମ, ପ୍ରବଳ ବର୍ଷାରେ ବେହାଲ ଚେନ୍ନାଇ ସହର

Bartanews

  ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୌମ୍‌’ ଆଜି ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟି ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ଦକ୍ଷିଣ ଆନ୍ଧ୍ର ଉପୂକଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସୂଚନାରେ ଉଲ୍ଲେଖ ଅଛି, ଦକ୍ଷିଣପଶ୍ଚିମ ଓ ତତ୍‌ସଙ୍ଗଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୌମ୍’ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ବାର କିଲୋମିଟର୍‌ ବେଗରେ ଗତି କରୁଥିବାବେଳେ […]

ନସିରୁଦ୍ଦିନଙ୍କ ଧାରଣା

ନସିରୁଦ୍ଦିନଙ୍କ ଧାରଣା

Bartanews

ଗାଁରେ ହୁରି ପଡ଼ିଗଲା ଯେ ନସିରୁଦ୍ଦିନ ପାଗଳ ହୋଇଯାଇଛନ୍ତି। କାରଣ ସେ ଖଟରେ ଶୋଇ ରହିଛନ୍ତି, ଆଦୌ ଉଠୁ ନାହାନ୍ତି ଏବ˚ ତାଙ୍କୁ ଉଠାଇବାର ସମସ୍ତ ଚେଷ୍ଟା ବିଫଳ ହୋଇଛି। ତାଙ୍କ ମୁଣ୍ତ ଭିତରେ ଏକ ଧାରଣା ପଶି ଯାଇଛି ଯେ ସେ ମରିଯାଇଛନ୍ତି। ତାଙ୍କ ମୁଣ୍ତରୁ ତାକୁ ବାହାର କରିବା ସମ୍ଭବ ହେଉନାହିଁ। ତେଣୁ ସମସ୍ତେ ଧରି ନେଇଛନ୍ତି ଯେ ସେ ପାଗଳ ହୋଇ ଯାଇଛନ୍ତି। ଜଣେ ନାମକରା ମନୋଚିକିତ୍ସକଙ୍କୁ ଡକା ଗଲା। ମନୋଚିକିତ୍ସକ ନସିରୁଦ୍ଦିନଙ୍କ […]

123 Next