ଯଶିପୁର : ଦିନେ ଯାହା ହାତ ଧରି ବାଟ ଚାଲିବା ଶିଖିଥିଲା ପୁଅ । ଆଜି ସେହି ବାପାକୁ ମାରିବା ପାଇଁ ବି ପଛାଇଲାନି । ବାପାକୁ ଅତି ବିଭତ୍ସ ଭାବେ ହତ୍ୟା କରି ଲୁଚାଇ ରଖିଥିଲା ଜନ୍ମକଲା ପୁଅ। ଏଭଳି ଏକ ବିଭତ୍ସ ହତ୍ୟା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ପଳସାଗାଡିଆ ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ନନ୍ଦ କିଶୋର ଗୁଇଆ। ତାଙ୍କୁ ତାଙ୍କ ପୁଅ ଈଶ୍ୱର ଗୁଇଆକୁ ହତ୍ୟା କରିଛି।
ମିଳିଥିବା ସୂଚନା ଅନୁସାରେ ପାରିବାରିକ ଯୁକ୍ତି ତର୍କ କାରଣ ଲାଗି ବାପ-ପୁଅଙ୍କ ମଧ୍ୟରେ ଗତ ୨ତାରିଖରେ ରାତିରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ବାପପୁଅଙ୍କ ମଧ୍ୟରେ ଏହି ଝଗଡ଼ା ଉଗ୍ରରୂପ ନେଇଥିଲା। ଏହାପରେ ପୁଅ ରାଗି ଯାଇ ଏକ କୋଦଳରେ ବାପାକୁ ଚୋଟେ ଦେଇଥିଲେ । ଯେଉଁଥିର ବାପାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ତେବେ ବାପାର ମୃତ୍ୟୁ ପରେ ନୃଶଂସ ପୁଅ ବାପାର ମୃତଦେହକୁ ଏକ ଘରେ ଲୁଚାଇ ରଖିଥିଲା। ସାହିପଡିଶା ନନ୍ଦଙ୍କୁ ୨ ଦିନ ନ ଦେଖିବାରୁ ଖୋଜାଖୋଜି କରିଥିଲେ। ଏହାପରେ ଘରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପୁଲିସକୁ ଖବର ଦିଆଯାଇଥିଲା।
ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଯଶିପୁର ଥାନାଧିକାରୀ ପଞ୍ଚାନନ ମହାନ୍ତି ସଦଳବଳେ ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପୂର୍ବକ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛିନ୍ତି।ଅଭିଯୁକ୍ତ ପୁଅ ଇଶ୍ୱର ଗୁଇଆକୁ ଗିରଫ କରି ଥାନାକୁ ଆଣିଛି ପୁଲିସ । କିଭଳି ଏବଂ କେଉଁ ପରିସ୍ଥିତିରେ ହତ୍ୟା କଲା ସେନେଇ ଖୋଳତାଡ଼ ଜାରି ରଖିଛି ପୁଲିସ।ପୁଅ ଈଶ୍ୱର ଗୁଇଆ ପାଖରେ ନନ୍ଦ ରହୁଥିଲେ। ବାପ ପୁଅ ଏକାଠି ଗୋଟେ ଘରେ ରହୁଥିଲେ।