ବଧୂ ହତ୍ୟା ଅଭିଯୋଗ : ଫାଣ୍ଡି ଆଗରେ ମୃତଦେହ ରଖି ଧାରଣାରେ ପରିବାର

Bartanews

ବଧୂ ହତ୍ୟା ଅଭିଯୋଗ : ଫାଣ୍ଡି ଆଗରେ ମୃତଦେହ ରଖି ଧାରଣାରେ ପରିବାର

ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ ଅଧିନ ଜଗନ୍ନାଥ ପ୍ରସାଦ ଗ୍ରାମରେ ବଧୁ ହତ୍ୟା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ପରିବାର ଲୋକେ ଜଗନ୍ନାଥପ୍ରସାଦ ଫାଣ୍ଡି ଆଗରେ ଶବ ରଖି ଧାରଣା ଦେଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଫତେଗଡ଼ ଥାନା ଅଧିନ କେଶରସିଂ ଗ୍ରାମର ରାଜକିଶୋର ଜେନାଙ୍କ ଝିଅ ପୂଜା ଜୁଝାରସିଂହ ଜଗନ୍ନାଥ ପ୍ରସାଦ ପଞ୍ଚାୟତ ଅଧିନ କାଦୁଆ ଗ୍ରାମର ଫକୀର ପ୍ରଧାନଙ୍କ ପୁଅ ଜିତେନ୍ଦ୍ର ଜୁଝାରସିଂହକୁ ୪ବର୍ଷ ତଳେ ବିବାହ କରିଥିଲେ।

ତେବେ ଯୌତୁକ ନିର୍ଯ୍ୟାତନା ଦେଇ ପୂଜାକୁ ବିଷ ପିଆଇ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଗତକାଲି ରାତିରୁ ପରିବାର ଲୋକେ ଶବକୁ ସ୍ଥାନୀୟ ଫାଣ୍ଡି ସମ୍ମୁଖରେ ରଖି ଧାରଣା ଦେଇଛନ୍ତି। ଅନ୍ୟପକ୍ଷରେ ଫତେଗଡ଼ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସ୍ୱାମୀ ଜିତେନ୍ଦ୍ରକୁ ଅଟକ ରଖାଯାଇଥିବା ଏବଂ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ଜଣାପଡ଼ିଛି।

Leave a Comment