ବଜ୍ରକାପ୍ତା ଚୋରାଚାଲାଣ ବେଳେ ମାଡିବସିଲା STF, ୧୦ କେଜି ଓଜନର ୨ଟି ବଜ୍ରକାପ୍ତା ଉଦ୍ଧାର

Bartanews

ବଜ୍ରକାପ୍ତା ଚୋରାଚାଲାଣ ବେଳେ ମାଡିବସିଲା STF, ୧୦ କେଜି ଓଜନର ୨ଟି ବଜ୍ରକାପ୍ତା ଉଦ୍ଧାର

ସୋନପୁର: ବଜ୍ରକାପ୍ତା ଚୋରାଚାଲାଣ ବେଳେ ମାଡିବସିଲା STF। ୧୦କେଜି ଓଜନର ୨ଟି ବଜ୍ରକାପ୍ତା ଉଦ୍ଧାର। ଗୋଟିଏର ଓଜନ ୭କେଜି ଓ ଅନ୍ୟଟିର ୩କେଜି। ସୋନପୁର ଫରେଷ୍ଟ ଡିଭିଜନ ଭିତରେ ଚାଲିଥିଲା ଡିଲ। ୨ଭାଇ ଡିଲ କରୁଥିବା ନେଇ ଖବର ପାଇଥିଲା STF।
୨ଅଭିଯୁକ୍ତ ହେଲେ ବେଦବ୍ୟାସ ଧାରୁଆ ଓ ନବଦୀପ ଧାରୁଆ। ଉଭୟଙ୍କ ଘର ସୋନପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଝଙ୍କାରପଲ୍ଲୀ। (Wild life protection act) ଅଧୀନରେ ଗିରଫ ହେଲେ ଦୁଇ ଅଭିଯୁକ୍ତ। ଗୋଟିଏ ବଜ୍ରକାପ୍ତାକୁ ୧୦ଲକ୍ଷ ଟଙ୍କାରେ ବିକିଥାନ୍ତେ ଅଭିଯୁକ୍ତ। ଦେଢ଼ ରୁ ଅଢେ଼ଇ ଲକ୍ଷ ଟଙ୍କା କେବଳ କାତିର ଦାମ। ଫିଲିପାଇନ୍ସ, ଚାଇନା, ନେପାଳ ଓ ବାଂଲାଦେଶକୁ ଭାରତରୁ ହେଉଛି ଚାଲାଣ। ବନ୍ୟଜନ୍ତୁ ଅପରାଧ ରୋକିବା ପାଇଁ ସ୍ପେଶାଲ ଡ୍ରାଇଭ ଚଲାଇଛି STF।

Leave a Comment