ପ୍ରଧାନମନ୍ତ୍ରୀ ମୋଦୀ ସବୁଠୁ ଭଲ ନେତା: ୩ ରାଜ୍ୟରେ ‘ବିଜେପି’ ଜିତିବା ପରେ କହିଲେ ଆମେରିକୀୟ ଗାୟିକା ମେରି ମିଲ୍‌ବେନ୍‌

Bartanews

Updated on:

ପ୍ରଧାନମନ୍ତ୍ରୀ ମୋଦୀ ସବୁଠୁ ଭଲ ନେତା: ୩ ରାଜ୍ୟରେ ‘ବିଜେପି’ ଜିତିବା ପରେ କହିଲେ ଆମେରିକୀୟ ଗାୟିକା ମେରି ମିଲ୍‌ବେନ୍‌

ନୂଆଦିଲ୍ଲୀ: ରବିବାର ଦିନ ‘ବିଜେପି’ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବା ଖୁସିରେ ପ୍ରଖ୍ୟାତ ଆଫ୍ରିକୀୟ-ଆମେରିକୀୟ ଗାୟିକା ତଥା ଅଭିନେତ୍ରୀ ମେରି ମିଲ୍‌ବେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି।

‘ଏକ୍ସ୍‌’ କରି ମେରି ମିଲ୍‌ବେନ୍‌ କହିଛନ୍ତି, ଆଜି ଭାରତରେ ଘୋଷଣା କରାଯାଇ ଥିବା ନିର୍ବାଚନ ଫଳାଫଳରେ ‘ବିଜେପି’ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ପ୍ରମୁଖ ରାଜ୍ୟରେ ବିଜୟ ହାସଲ କରିଛି। ଏହା ହେଉଛି ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପୁଳ ବିଜୟର ପ୍ରାକ୍‌-ସୂଚନା।

ସେ ଆହୁରି ମଧ୍ୟ କହିଛନ୍ତି, ସେ (ପ୍ରଧାନମନ୍ତ୍ରୀ ମୋଦୀ) ହେଉଛନ୍ତି, ‘ଇଣ୍ଡିଆ ଫାଷ୍ଟ୍‌’ ପ୍ରାର୍ଥୀ ଓ  ଆମେରିକା-ଭାରତ ସମ୍ପର୍କ ନିମନ୍ତେ ସର୍ବୋତ୍ତମ ନେତା।

Image Courtesy of Times of India

ଏହା ଆଗରୁ ସେପ୍ଟେମ୍ବର ୭ ତାରିଖରେ ‘ଜି୨୦’ରେ ଆଫ୍ରିକୀୟ ୟୁନିୟନ୍‌କୁ ପୂର୍ଣ୍ଣ ସଦସ୍ୟତା ପ୍ରଦାନ ନିମନ୍ତେ ପ୍ରସ୍ତାବ ଦେଇଥିବାରୁ  ମେରି ମିଲ୍‌ବେନ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଥିଲେ। ଏହି ପ୍ରସ୍ତାବକୁ ଆମେରିକା ସମର୍ଥନ କରିଥିଲା।

ସୂଚନାଯୋଗ୍ୟ, ୪୧ ବର୍ଷୀୟ ମିଲ୍‌ବେନ୍‌ ଜାତୀୟ ସଙ୍ଗୀତ ‘ଜନଗଣ ମନ ଅଧିନାୟକ’ ଓ ଭଜନ ‘ଓଁ ଜୟ ଜଗଦୀଶ ହରେ’ ଗାୟନ କରି ଭାରତରେ ସୁଖ୍ୟାତି ଅର୍ଜନ କରିଛନ୍ତି।

ଜୁନ୍‌ ମାସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତକାଳୀନ କାର୍ଯ୍ୟକ୍ରମରେ ସେ ଭାରତର ଜାତୀୟ ସଙ୍ଗୀତ ‘ଜନଗଣ ମନ ଅଧିନାୟକ’ ଗାୟନ କରିଥିଲେ।

Leave a Comment