ପରୀକ୍ଷା ପୂର୍ବରୁ CGL ପ୍ରଶ୍ନପତ୍ର ଡିଲ ବେଳେ ପୁଲିସର ଚଢ଼ାଉ, ୧୦ ଦଲାଲ ଗିରଫ

Bartanews

ପରୀକ୍ଷା ପୂର୍ବରୁ CGL ପ୍ରଶ୍ନପତ୍ର ଡିଲ ବେଳେ ପୁଲିସର ଚଢ଼ାଉ, ୧୦ ଦଲାଲ ଗିରଫ

ବାଲେଶ୍ୱର: ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ଆୟୋଜିତ କମ୍ବାଇନ ଗ୍ରାଜୁଏଟ ଲେଭଲ ପ୍ରଶ୍ନପତ୍ର ଡିଲ ବେଳେ ଚଢ଼ାଉ। ସାଇବର ପୁଲିସ ଓ ତାଳସୀରରେ ମେରାଇନ ପୁଲିସର ୨୦ ଜଣିଆ ଟିମ ଦୀଘାର ଏକ ଘରୋଇ ହୋଟେଲରେ ଚଢାଉ କରିଥିଲା। ଚଢାଉ ବେଳେ ଜଣେ ମହିଳାଙ୍କ ସମେତ ୧୦ ଜଣ ଦଲାଲଙ୍କୁ ଅଟକ ରଖାଯାଇଛି। ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ୱର ଅଞ୍ଚଳରେ ବୋଲି ଜଣାପଡିଛି। ଖବର ଅନୁଯାୟୀ, ଦୀଘାର ଏକ ଘରୋଇ ହୋଟେଲରେ ୧୦ଲକ୍ଷ ଟଙ୍କାରେ ପ୍ରଶ୍ନ ପତ୍ର ବିକ୍ରି ପାଇଁ ଡ଼ିଲ ହେଉଥିଲା।

ବିଶେଷସୂତ୍ରରୁ ଖବରପାଇ ଚଢ଼ାଉ କରିଥିଲା ପୁଲିସ। ଘଟଣାସ୍ଥଳରୁ ୬ଟି କାର ସହ ଏକ ଘରୋଇ ବସ ଜବତ କରାଯାଇଛି। ଜବତ ହୋଇଥିବା ବସରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୪୦ରୁ ଅଧିକ ପରୀକ୍ଷାର୍ଥୀ ଥିବା ସୂଚନା ମିଳିଛି। ତେବେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଅଟକ ରଖିଛି ପୁଲିସ। ତା ସହ ଜଣେ ମହିଳାଙ୍କ ସମେତ ୧୦ ଜଣ ଦଲାଲଙ୍କୁ ଗିରଫ କରିଛି ପୁଲିସ। ପରୀକ୍ଷାର୍ଥୀ ରହିଥିବା ସୂଚନା ମିଳିଛି। ଘଟଣାର ଅଧିକ ତଦନ୍ତ କରୁଛି ବାଲେଶ୍ୱର ପୁଲିସ।

Leave a Comment