ଜାଣନ୍ତୁ ଆଜିର ରାଶିଫଳ

Bartanews

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବକେୟା ଅର୍ଥ ପାଇବେ। ଅଚିହ୍ନା ଲୋକଙ୍କ ପ୍ରତି ସାବଧାନ ରହନ୍ତୁ। ଅଫିସରେ କାମର ବୋଝ ବଢ଼ିବ। ଖୁସି ଖବର ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ‌

ବୃଷ: ବନ୍ଧୁର ପରାମର୍ଶ ଆପଣଙ୍କର ବହୁତ କାମରେ ଆସିବ। ଦୀର୍ଘ ଦିନର ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ। କୌଣସି ସମାରୋହରେ ସାମିଲ ହେବାର ସୁଯୋଗ ପାଇବେ। ଛାତ୍ରଛାତ୍ରୀ ନୂଆ ଗତିବିଧିରେ ଅଂଶଗ୍ରହଣ କରିବେ।‌

ମିଥୁନ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ। ସାଥିରେ କାମ କରୁଥିବା ଲୋକଙ୍କର ସାହାଯ୍ୟ ପାଇବେ। ଆର୍ଥିକ ଲାଭର ସମ୍ଭାବନା ଅଛି। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।

କର୍କଟ: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ଆପଣଙ୍କ ବ୍ୟବହାର ସଭିଙ୍କୁ ପ୍ରଭାବିତ କରିବ। ‌

ସିଂହ: ଆପଣଙ୍କର ଆର୍ଥିକ ଲାଭ ହେବ। ଶାରୀରିକ ଭାବେ ସୁସ୍ଥ ଅନୁଭବ କରିବେ। ଉଜ୍ଜ୍ବଳ ଭବିଷ୍ୟତ ଲାଗି ନୂଆ ପଦକ୍ଷେପ ନେବେ। ଓକିଲଙ୍କର ପ୍ରସିଦ୍ଧି ବଢ଼ିବ। ‌

କନ୍ୟା: ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ। ପରିଶ୍ରମ ବଳରେ କାର୍ଯ୍ୟରେ ସଫଳତା ପାଇବେ। ବିବାଦ ଠାରୁ ଦୂରରେ ରହନ୍ତୁ। ପାରିବାରିକ କାର୍ଯ୍ୟ ପାଇଁ ଆପଣ ଅଧିକ ଯାତାୟାତ କରିପାରନ୍ତି। ‌

ତୁଳା: ଦିନଟି ଆପଣଙ୍କ ଲାଗି ବହୁତ ଭଲ। ଆର୍ଥିକ ସ୍ଥିରତା ବଜାୟ ରହିବ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ପ୍ରତିଯୋଗିତାମୂଳକ ପରୀକ୍ଷା ନେଇ ଶୁଭ ଖବର ପାଇବେ।

ବିଛା: ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ବହୁତ ଭଲ। ଘରେ ଖୁସିର ପରିବେଶ ରହିବ। ମାତାପିତା ଆପଣଙ୍କୁ କୌଣସି ଉପହାର ଦେବେ।

ଧନୁ: ବିଶେଷ କାମ କରିବା ଲାଗି ଦିନଟି ଭଲ। ଅଫିସରେ ସହକର୍ମୀଙ୍କ ସାହାଯ୍ୟ ପାଇବେ। କାମରେ ଅଧିକ ସମୟ ଲାଗିପାରେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦିଅନ୍ତୁ।


ମକର: ପୂର୍ବ କଥାକୁ ନେଇ ସଂଶୟରେ ରହିବେ। କୋର୍ଟ କଚେରି ମାମଲାରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଅର୍ଥ ସମ୍ବନ୍ଧୀୟ ବଡ଼ ଫଇସଲା ଭାବିଚିନ୍ତି ନିଅନ୍ତୁ। ଯାନବାହନ ସାବଧାନତାର ସହ ଚଳାନ୍ତୁ।

କୁମ୍ଭ: ଭ୍ରମଣରେ ସମୟ ବିତିବ। ବେପାରୀବର୍ଗଙ୍କୁ ଅଚାନକ ଧନଲାଭ ହେବ। ଆପଣଙ୍କ କାମରେ ଜୀବନସାଥୀ ଖୁସି ରହିବେ। ଘରୋଇ ଉଦ୍ୟୋଗରେ ଚାକିରି କରୁଥିବା ଲୋକଙ୍କୁ ନୂଆ ଦାୟିତ୍ବ ମିଳିବ।

ମୀନ: ଆପଣଙ୍କ ଲାଗି ଦିନଟି ବହୁତ ଫଳପ୍ରଦ। କାହାରି ଠାରୁ ଆଶାଠୁଁ ଅଧିକ ଲାଭ ହେବ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଜାଗାରେ ଚାକିରି ମିଳିବ। ବିଜ୍ଞାନ ଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ।

Leave a Comment