ଚିପ୍‌ସ ବୋଝେଇ ହାଇୱାକୁ ଧକା ଦେଇ ବାଇକ୍‌ ଆରୋହୀ ଯୁବକ ମୃତ, ଦୁଇ ଗୁରୁତର

Bartanews

ଚିପ୍‌ସ ବୋଝେଇ ହାଇୱାକୁ ଧକା ଦେଇ ବାଇକ୍‌ ଆରୋହୀ ଯୁବକ ମୃତ, ଦୁଇ ଗୁରୁତର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସିକରପାଇ ଲଷ୍ମୀନଗର ନିକଟରେ ଚିପ୍‌ସ ବୋଝେଇ ହାଇୱାକୁ ଧକ୍କା ଦେଇ ଜଣେ ବାଇକ୍‌ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ପଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ କାଲହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସାଇସରଣୀ ଗ୍ରାମର ତିନି ଜଣ ଯୁବକ ଗୋଟିଏ ବାଇକରେ ରାୟଗଡା ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଚିପ୍‌ସ ବୋଝେଇ ହାଇୱା (ଓଡ଼ି୧୮କେ୦୩୬୬)କୁ ଧକ୍କା ଦେଇ ପଶିଯାଇଥିଲେ। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପରେ ଥାନା ଏସ ଆଇ ସଂଜୟ କୁମାର ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ଘଟଣାର ସାମ୍ନା କରିଥିବା ଯୁବକମାନଙ୍କର ପରିଚୟ ମିଳିପାରି ନାହିଁ।

Leave a Comment