ଗୁପ୍ତେଶ୍ବର ହୁଣ୍ଡିରୁ ବାହାରିଲା ୩୨ହଜାର ୨୩ଟଙ୍କା

Bartanews

ଗୁପ୍ତେଶ୍ବର ହୁଣ୍ଡିରୁ ବାହାରିଲା ୩୨ହଜାର ୨୩ଟଙ୍କା

ଜୟପୁର: ରାଜ୍ୟ ପ୍ରମୁଖ ଶୌବପୀଠ ଗୁପ୍ତେଶ୍ବରରେ ଥିବା ହୁଣ୍ଡିରେ ଶ୍ରଦ୍ଧାଳୁ ଭକ୍ତ ମାନେ ପକାଉଥିବା ଟଙ୍କାକୁ ଆଜି ଜୟପୁର ଦେବୋତ୍ତର କାର୍ଯ୍ୟାଳୟ ପରିସରରେ ଗଣାଯାଇଥିଲା।  ଏଥିରୁ ୩୨ହଜାର ୨୩ଟଙ୍କା ବାହାରିଥିଲା। ଦେବୋତ୍ତର ଅଧିକାରୀ ତଥା ଜୟପୁର ତହସିଲଦାର ଡ.ମନୋଲିସା ଅଚାର୍ଜୀ, ବରିଷ୍ଟ ରାଜସ୍ବ ପରିଦର୍ଶକ ହରିହର ଶତପଥୀ, ଦେବୋତ୍ତର କାର୍ଯ୍ୟାଳୟର କୃଷ୍ଣଚନ୍ଦ୍ର ଦାଶ, ଶୁଭମ୍ ମିଶ୍ରଙ୍କ ସହ ଶ୍ରୀଗୁପ୍ତେଶ୍ବର ଯୁବକସଂଘର ସଭ୍ୟ ଓକର୍ମକର୍ତ୍ତାଙ୍କ ଉପସ୍ଥିତିରେ ଟଙ୍କା ଗଣାଯାଇଥିଲା। ଏହି ଟଙ୍କା ଦେବୋତ୍ତର ତହବିଲରେ ଜମା କରାଯାଇଥିବା ସୂଚନା ମିଳିଛି।

Leave a Comment