cyber fraud
ଅଦୃଶ୍ୟ ଠକଙ୍କ କବ୍ଜାରେ ରାଜଧାନୀବାସୀ
ଭୁବନେଶ୍ୱର: ସାଇବର୍ ଥାନା, ମାନବସମ୍ବଳ ଓ ସଚେତନତା ସତ୍ତ୍ବେ ସାଇବର୍ ଠକେଇ କମୁନି। ରାଜଧାନୀରେ ଦିନକୁ ଦିନ ସାଇବର୍ ଠକେଇ ବଢ଼ିବାରେ ଲାଗିଛି। ଉପକଣ୍ଠବର୍ତ୍ତୀ ଜଟଣୀଠାରୁ ଆରମ୍ଭ କରି ଭୁବନେଶ୍ୱର ସହରବାସୀ ସାଇବର୍ ଠକଙ୍କ ଦ୍ୱାରା ଶିକାର ହେଉଛନ୍ତି। ମଙ୍ଗଳବାର ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ବେଳେ ଅତିଚତୁରତାର ସହ ୨୨ହଜାର ଟଙ୍କା ଫେରାଇ ଆଣିଛନ୍ତି ଯୁବକ। ସାଇବର୍ ଠକଙ୍କୁ ପାଠ ପଢ଼ାଇଲେ ଯୁବକ ସାଇବର୍ ଠକଙ୍କୁ ଫସାଇଛନ୍ତି ଜଣେ ଚତୁର ଯୁବକ। ଆଉ ଠକେଇ […]
ନାଇଜେରିଆନ ସାଇବର ଠକକୁ ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି
ଭୁବନେଶ୍ୱର: ନୂଆଦିଲ୍ଲୀରୁ ନାଇଜେରିଆନ ସାଇବର ଠକକୁ ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି । ସାଇବର ଠକେଇ ଅଭିଯୋଗରେ ନାଇଜେରିଆ ନାଗରିକ ପାଟ୍ରିକ ଚିଜୋରୋମ ଓରାଜାକାକୁ ଗିରଫ କରାଯାଇଛି। ଇନ୍ସପେକ୍ଟର ଅନୀଲ ଆନନ୍ଦଙ୍କ ନେତୃତ୍ୱରେ ଦିଲ୍ଲୀ ଦ୍ବାରକାରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ଉକ୍ତ ସାଇବର ଠକ ନିକଟରୁ ୧୬ଡେବିଟ କାର୍ଡ ସହିତ ୧୨ଟି ମୋବାଇଲ, ୨୨ପାସବୁକ୍, ୧୦ଟି ଚେକ୍ ବହି, ୨୦ସିମ୍ କାର୍ଡ, ଲାପଟପ, ପାସପୋର୍ଟ ଜବତ ହୋଇଛି । ତା ନାଁରେ ଥିବା ଆଧାର […]
ତିନି ଦିନ ଧରି ସାଇବର ଠକକୁ ଭୁଆଁ ବୁଲାଇବା ସହ ଲୁଟରୁ ବର୍ତ୍ତିଲେ ସଚେତନ ମହିଳା
ବ୍ରହ୍ମପୁର: ସଚେତନ ଥିଲେ ସବୁ ପ୍ରକାର ସମସ୍ୟାରୁ ବର୍ତ୍ତିପାରିବେ ସାଧାରଣ ଲୋକ । ସମ୍ପ୍ରତି ସାଇବର ଠକମାନେ ବିଭିନ୍ନ ଲୋକଙ୍କୁ ଟାର୍ଗେଟ କରି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଖାଲି କରିଦେଉଛନ୍ତି । ଏପରି ପରିସ୍ଥିତିରେ ବ୍ରହ୍ମପୁର ସହରର ଜଣେ ମହିଳା ବାରମ୍ବାର ଗଣମାଧ୍ୟରେ ପ୍ରସାରିତ ହେଉଥିବା ଘଟଣାଗୁଡିକ ସମ୍ପର୍କରେ ସଚେତନ ଥିବା ଯୋଗୁଁ ସାଇବର ଠକଙ୍କ କବଳରୁ ବର୍ତ୍ତି ପାରିଛନ୍ତି । ସେ ହେଉଛନ୍ତି ବ୍ରହ୍ମପୁର ବିମା ନଗର ଅଞ୍ଚଳର କଳ୍ପନା […]
ଗୁଗଲରୁ ହେଲ୍ପଲାଇନ୍ ନମ୍ବର ଖୋଜୁଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ; ହରାଇପାରନ୍ତି ଲକ୍ଷ ଲକ୍ଷ ଟଙ୍କା
ଭୁବନେଶ୍ୱର: ଗୁଗଲରୁ ଫୋନ୍ ନମ୍ବର ଖୋଜି ଠକଙ୍କ ହାବୁଡ଼ରେ ପଡ଼ିଛନ୍ତି ରାଜଧାନୀର ୪ଜଣ ବ୍ୟକ୍ତି। ସେମାନଙ୍କ ଠାରୁ ସାଇବର୍ ଠକ ୧୧ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ସାଇବର୍ ଥାନାରେ ଅଭିଯୋଗ ହେବା ପରେ ୪ଟି ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ବାଇକ୍ ଡିଲର ଦେବା ଆଳରେ ୮ଲକ୍ଷ ଠକେଇ ଓଲା ଡିଲରସିପ୍ ପାଇବା ଆଶାରେ ଜଣେ ବ୍ୟକ୍ତି ୮ଲକ୍ଷ ସାଇବର ଠକାମିର ଶିକାର ହୋଇଛନ୍ତି। ଠକାମିର ଶିକାର ହୋଇଥିବା ବ୍ୟକ୍ତି ହେଲେ ସହିଦନଗରରେ […]
ଟ୍ରେଡିଂ ଆପ୍ରେ ଟଙ୍କା ନିବେଶ କରି ଫସିଲେ ଇଞ୍ଜିନିୟର, ହରାଇଲେ ୩ ଲକ୍ଷ ଟଙ୍କା
ଭୁବନେଶ୍ୱର: ବଦଳୁଛି ସମୟ; ତାଳଦେଇ ବଦଳୁଛି ସାଇବର ଠକଙ୍କ ଠକେଇର ତରିକା। ଏଥର ଟ୍ରେଡିଂ ଆପ୍ ଜରିଆରେ ଲୋଭନୀୟ ଅଫର ଦେଇ ଟଙ୍କା ଲୁଟିବା ଏକ ନୂଆ ଧାରା ପାଲଟି ଯାଇଛି। ଫେସ୍ବୁକ୍ ଓ ଟେଲିଗ୍ରାମ୍ରେ ବନ୍ଧୁତା କରି ଆକାଉଣ୍ଟରୁ ଟଙ୍କା ଗାଏବ୍ କରୁଛନ୍ତି ମାୟାବିନି ସୁନ୍ଦରୀ। ଟ୍ରେଡିଂ ଆପ୍ରେ ଟଙ୍କା ନିବେଶ କରି ଦୁଇଗୁଣା ଟଙ୍କା ଫେରିବାର ପ୍ରଲୋଭନ ଦେଖାଉଛନ୍ତି ଅଦୃଶ୍ୟ ବିଦେଶିନୀ। ଏଥିର ସୁନ୍ଦରୀ ମାୟାବିନିଙ୍କ ମାୟାଜାଲରେ ଜଣେ ଇଞ୍ଜିନିୟରି ଫସିଯାଇଛନ୍ତି। ଠକେଇ ଶିକାର […]
ଠକେଇ ଫେରାର୍ ଅଭିଯୁକ୍ତଙ୍କୁ ଭାରତ ପ୍ରବେଶ ମନା, ବିଦେଶୀ ଠକଙ୍କୁ ଖୋଜୁଛି ଇଣ୍ଟରପୋଲ୍
ଭୁବନେଶ୍ୱର: ପାନ୍ ଇଣ୍ଡିଆ ଅନ୍ଲାଇନ୍ ପୁଞ୍ଜି ସ୍କାମ ହେଉ କି ଏସ୍ଟିଏ କ୍ରିଫ୍ଟୋ ଟୁକେନ୍ ଠକେଇ କିମ୍ବା ଲୋନ୍ ଆପ୍ ଠକେଇ; ଏହି ସବୁ ଠକେଇ ପଛରେ ଚୀନ, ହଙ୍ଗେରୀ, ହଂକଂର ନାଗରିକମାନେ ସାମିଲ ଅଛନ୍ତି। ସେମାନେ ଭାରତରୁ କୋଟି କୋଟି ଟଙ୍କା ଠକି ରାତାରାତି ଦେଶ ଛାଡ଼ି ପଳାଇଯାଉଛନ୍ତି। କିନ୍ତୁ ଏବେ ସେଭଳି ଠକଙ୍କ ଭାରତ ପ୍ରବେଣରେ ଲାଗିଛି କଟକଣା। ଜଳ,ସ୍ଥଳ ଏବଂ ଆକାଶ ପଥ ଦେଇ ସେମାନେ ପଶିପାରିବେ ନାହିଁ। ସବୁଛି ସେମାନଙ୍କର ପ୍ରୋର […]
ପୁଲିସ କବଜାରେ ଫେସବୁକରେ ସାଜିଥିବା ଫେକ ପ୍ରେମିକା, ଇଞ୍ଜିନିୟରଙ୍କ ଠାରୁ ୩୫ ଲକ୍ଷ ଟଙ୍କା ଚୂନ ଲଗାଇଥିଲା ଠକ
ଭୁବନେଶ୍ବର: ଯୁବତୀଙ୍କ ନାମରେ ଫେକ ଆଇଡ କରି ଫସାଉଥିଲେ ଯୁବକଙ୍କୁ। ଫେସବୁକର ଫେକ ପ୍ରେମିକା ୩୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେଜଣଙ୍କୁ ଗିରଫ କରିଛି ସାଇବର ଥାନା ପୁଲିସ । ଫେସବୁକରେ ଯୁବତୀ ନାମରେ ଫେକ ଆଇଡି କରି ଜଣେ ଇଞ୍ଜିନିୟରଙ୍କୁ ଫସେଇଥିଲା ଠକ। ଫେକ ପ୍ରେମିକା ଅର୍ଥାତ ଠକ ଜଣକ ନିଜକୁ ଡାକ୍ତର ଥିବା ଇଞ୍ଜିନିୟରଙ୍କୁ କହିଥିଲେ। ବିଭିନ୍ନ ସମୟରେ ବାହାନା କରି ଇଞ୍ଜିନିୟରଙ୍କ ଠାରୁ ୩୫ ଲକ୍ଷ ଟଙ୍କା ନେଇଥିଲା ଠକ। ଅଭିଯୁକ୍ତ ଠକ ଜଣକ […]