Berhampur
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ‘ମୋ ଗୁହାଳ’ର ବିଲ୍ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ
ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଗଞ୍ଜାମ ଜିଲାର ବେଗୁନିଆପଡ଼ା ବ୍ଲକରେ କାର୍ଯ୍ଯରତ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଧରିଛି। ‘ମୋ ଗୁହାଳ’ର ବିଲ୍ କରାଇଦେବା ପାଇଁ ଜଣଙ୍କ ଠାରୁ ୭ ହାଜର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ସେ ଏହି ବ୍ଲକର ବୁରୁଝୁରୀ ପଞ୍ଚାୟତ ଦାୟିତ୍ବରେ ଥିଲେ। ଏହା ପରେ ଦୁଇଟି ଜାଗାରେ ଚଢାଉ ଚାଲିଛି। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯାଇ […]
ଜଳସେଚନ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ୪କୋଟିରୁ ଉର୍ଦ୍ଧ୍ବ ସମ୍ପତ୍ତି ଠାବ
ବ୍ରହ୍ମପୁର/ବୁଗୁଡ଼ା: ଜଣେ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ବିଭାଗ ରେଡ଼୍ କରିଛି । ୪କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗ ଅନ୍ତର୍ଗତ ବାଘୁଆ ପ୍ରକଳ୍ପର ସହାକରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି। ୯ଟି ସ୍ଥାନରେ ଚଢଉ ପରେ ତାଙ୍କ ନିକଟରୁ ୪କୋଟିରୁ ଅଧିକ ସମ୍ପତ୍ତି ଠାବ ହୋଇଛି । ଭିଜିଲାନ୍ସ ପକ୍ଷରୁ ଶ୍ରୀ ସାହୁଙ୍କୁ […]
ଟିକସ ଫାଙ୍କିବା ପଡିଲା ମହାଙ୍ଗା: ୨ ଟ୍ରକକୁ ୨ କୋଟିରୁ ଉର୍ଦ୍ଧ୍ବ ଜୋରିମାନା
ବାରିପଦା: ଟିକସ ଫାଙ୍କିବା ଅଭିଯୋଗରେ ଦୁଇ ଗୋଟି ଟ୍ରକ୍କୁ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଜୋରିମାନା କରିଛନ୍ତି ସେଣ୍ଟ୍ରାଲ ଏକ୍ସସାଇଜ ଓ ଜିଏସ୍ଟି ଟିମ। ସୂଚନା ଅନୁଯାୟୀ, ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଗୁଟକା ଓ ପାନ ମସଲା ଆଦି ବୋଝେଇ କରି ଯାଉଥିଲା ଉକ୍ତ ଟ୍ରକ ଦ୍ୱୟ। ବିଶ୍ୱସ୍ତସୂତ୍ରରୁ ଖବର ପାଇ ବାରିପଦା ଓ ରାଉରକେଲା ସେଣ୍ଟ୍ରାଲ ଏକ୍ସସାଇଜ ଓ ଜିଏସ୍ଟି ବିଭାଗର ଏକ ସତନ୍ତ୍ର ୧୦ଜଣିଆ ଟିମ ମାଡି ବସିଥିଲେ। ଉକ୍ତ ୨ ଟ୍ରକ୍କୁ ଅଟକ […]
ତିନି ଦିନ ଧରି ସାଇବର ଠକକୁ ଭୁଆଁ ବୁଲାଇବା ସହ ଲୁଟରୁ ବର୍ତ୍ତିଲେ ସଚେତନ ମହିଳା
ବ୍ରହ୍ମପୁର: ସଚେତନ ଥିଲେ ସବୁ ପ୍ରକାର ସମସ୍ୟାରୁ ବର୍ତ୍ତିପାରିବେ ସାଧାରଣ ଲୋକ । ସମ୍ପ୍ରତି ସାଇବର ଠକମାନେ ବିଭିନ୍ନ ଲୋକଙ୍କୁ ଟାର୍ଗେଟ କରି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଖାଲି କରିଦେଉଛନ୍ତି । ଏପରି ପରିସ୍ଥିତିରେ ବ୍ରହ୍ମପୁର ସହରର ଜଣେ ମହିଳା ବାରମ୍ବାର ଗଣମାଧ୍ୟରେ ପ୍ରସାରିତ ହେଉଥିବା ଘଟଣାଗୁଡିକ ସମ୍ପର୍କରେ ସଚେତନ ଥିବା ଯୋଗୁଁ ସାଇବର ଠକଙ୍କ କବଳରୁ ବର୍ତ୍ତି ପାରିଛନ୍ତି । ସେ ହେଉଛନ୍ତି ବ୍ରହ୍ମପୁର ବିମା ନଗର ଅଞ୍ଚଳର କଳ୍ପନା […]