ବାଲେଶ୍ଵର

୫ ବର୍ଷ ଏକାଠି ରହିବା ପରେ ଧୋକା: ପ୍ରେମିକକୁ ଖୋଜିଖୋଜି ବାଲେଶ୍ବରରେ ବାଂଲାଦେଶୀ ଯୁବତୀ

୫ ବର୍ଷ ଏକାଠି ରହିବା ପରେ ଧୋକା: ପ୍ରେମିକକୁ ଖୋଜିଖୋଜି ବାଲେଶ୍ବରରେ ବାଂଲାଦେଶୀ ଯୁବତୀ

Bartanews

ବାଲେଶ୍ବର: ପ୍ରେମିକଙ୍କୁ ଖୋଜି ଖୋଜି ପଡ଼ୋଶୀ ଦେଶ ବାଂଲାଦେଶରୁ ଆସି ବାଲେଶ୍ବରରେ ପହଞ୍ଚିଛନ୍ତି ଜଣେ ଯୁବତୀ। ତାଙ୍କ ନାଁ ରୁମା ମାରିୟମ୍‌ (୨୫)। ଘର ବାଂଲାଦେଶର ବର୍ଦ୍ଧନା ଜିଲ୍ଲା ଅନ୍ତର୍ଗତ ଆମତୋଲି ଅଞ୍ଚଳରେ। ଭିସା ମଞ୍ଜୁର ପରେ ଗତକାଲି ସେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ୍‌ କମର୍ଦ୍ଦା ଥାନା ବୁଢ଼ାକୁସୁମୀ ଗାଁରେ ରହୁଥିବା ତାଙ୍କ ପ୍ରେମିକଙ୍କ ଘରକୁ ଆସିଥିଲେ। ହେଲେ ସେଠାରେ ନିର୍ଯାତନାର ଶିକାର ହୋଇ ଆଜି (ରବିବାର) ସନ୍ଧ୍ୟାରେ ବାଲେଶ୍ବର ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି। […]

ଶୂନମୃତ୍ୟୁ ସପ୍ତାହ: ତୃତୀୟ ଦିନରେ ୬, ତିନି ଦିନରେ ୩୨ ମୃତ

ଶୂନମୃତ୍ୟୁ ସପ୍ତାହ: ତୃତୀୟ ଦିନରେ ୬, ତିନି ଦିନରେ ୩୨ ମୃତ

Bartanews

ଭୁବନେଶ୍ବର/କୋମନା/ଲାଠିକଟା/ବାଲେଶ୍ବର/କଟକ-ସିଡିଏ/ନିମାପଡ଼ା: ଡିସେମ୍ବର ପ୍ରଥମ ସପ୍ତାହକୁ ଶୂନ ମୃତ୍ୟୁ ସପ୍ତାହ ଭାବେ ପାଳନ କରାଯାଉଛି। କିନ୍ତୁ ସାରା ଓଡ଼ିଶାରେ ପ୍ରତିଦିନ ଜାରି ରହିଛି ସିରିଜ୍ ଦୁର୍ଘଟଣା। ସପ୍ତାହର ପ୍ରଥମ ଦିନରେ ୨୦, ଦ୍ବିତୀୟ ଦିନରେ ୬ ସହ ବେସରକାରୀ ଭାବେ ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ତୃତୀୟ ଦିନରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ପ୍ରଥମ ତିନି ଦିନରେ ଦୁର୍ଘଟଣାରେ ଅନ୍ୟୁନ ୩୨ ଜଣଙ୍କ ଜୀବନ ଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାପ୍ତ […]

ସ୍ୱାଧୀନତାର ୭୭ ବର୍ଷ ପରେ ବି ଏମିତି ସ୍ଥିତି: ରେଳପଥ କଡ଼େ ଯାତାୟତ କରୁଛନ୍ତି ୩ ଗ୍ରାମବାସୀ

ସ୍ୱାଧୀନତାର ୭୭ ବର୍ଷ ପରେ ବି ଏମିତି ସ୍ଥିତି: ରେଳପଥ କଡ଼େ ଯାତାୟତ କରୁଛନ୍ତି ୩ ଗ୍ରାମବାସୀ

Bartanews

ବସ୍ତା-୨: ଏମିତି ୩ଟି ଗାଁ ଅଛି, ଯେଉଁଠିକୁ ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ରାସ୍ତା ନାହିଁ। ଫଳରେ ଲୋକମାନେ ନାନା ହଇରାଣ ହେଉଛନ୍ତି। କିଛି ଉପାୟ ନପାଇ ରେଳପଥ କଡ଼େ କଡ଼େ ହଜାର ହଜାର ଲୋକ ଯାତାୟତ କରୁଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍ ତଥା ଜଳେଶ୍ୱର ନିର୍ବାଚନମଣ୍ଡଳୀରେ। ସୂଚନା ଅନୁସାରେ; ବସ୍ତା ବ୍ଲକ୍‌ ନଟାକଟା ପଞ୍ଚାୟତ ଅଧୀନରେ ରହିଛି ବେଲା, ଖଣ୍ଡପସା ଓ ପାଞ୍ଚବାଟିଆ ରାଜସ୍ବ ଗ୍ରାମ। ପଞ୍ଚାୟତ […]

ପ୍ରତିଭାଧର ଦିବ୍ୟାଙ୍ଗଙ୍କ ସଫଳ କାହାଣୀ: ଜୀବନ ବାଜି ଜିଣିଯାଇଛନ୍ତି ଜୟନ୍ତ

ପ୍ରତିଭାଧର ଦିବ୍ୟାଙ୍ଗଙ୍କ ସଫଳ କାହାଣୀ: ଜୀବନ ବାଜି ଜିଣିଯାଇଛନ୍ତି ଜୟନ୍ତ

Bartanews

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ର ଜୟନ୍ତ କୁମାର ପ୍ରଧାନ। ସେ ନିଜକୁ ଶିକ୍ଷକତା, ସଂଗୀତ, ଚିତ୍ରକଳା ଓ ତବଲା ବାଦନ କ୍ଷେତ୍ରରେ ଦକ୍ଷ କରିପାରିଛନ୍ତି। ସୋର ବ୍ଲକ୍‌ ଗୋପୀନାଥପୁର ପଞ୍ଚାୟତ ରଘୁନାଥପୁର ଗ୍ରାମର ବୈଷ୍ଣବ ପ୍ରଧାନଙ୍କ ବଡ଼ପୁଅ ଜୟନ୍ତ କୁମାର ପ୍ରଧାନ। ବୟସ ୪୬ ବର୍ଷ। ୮ ଭାଇ ଓ ୩ ଭଉଣୀଙ୍କ ମଧ୍ୟରୁ ଜୟନ୍ତ ବଡ଼। ମାତ୍ର ଅଢ଼େଇ ବର୍ଷ ବୟସରେ ସେ ପୋଲିଓର ଶିକାର ହୋଇ ଦିବ୍ୟାଙ୍ଗ ପାଲଟିଗଲେ। ଠିକ୍‌ ଭାବେ ଚଲାବୁଲା […]

୨.୬୨ କୋଟିର ପାନୀୟଜଳ ପ୍ରକଳ୍ପ କାମ ଅଧପନ୍ତରିଆ: ଲୋକେ ହନ୍ତସନ୍ତ

୨.୬୨ କୋଟିର ପାନୀୟଜଳ ପ୍ରକଳ୍ପ କାମ ଅଧପନ୍ତରିଆ: ଲୋକେ ହନ୍ତସନ୍ତ

Bartanews

ଜଳେଶ୍ୱର: ଦେଢ଼ କୋଟିରୁ ଅଧିକ ଟଙ୍କାର ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଛି। ହେଲେ ଦୀର୍ଘଦିନ ପରେ ବି କାମ ଅଧାପନ୍ତରିଆ ହୋଇ ପଡ଼ିଛି। ଫଳରେ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜଳେଶ୍ୱର ବ୍ଲକ୍‌ ସର୍ଦ୍ଦାରବନ୍ଧ ପଞ୍ଚାୟତ ରାଉତରାପୁର ପାନୀୟଜଳ ଯୋଗାଣ ପ୍ରକଳ୍ପରୁ ପଳାଶବଣି ଗାଁ ସହ ଅନ୍ୟ କେତେକ ଗାଁ’କୁ ପାଇପ୍‌ ପାଣି ସଂଯୋଗ ଥିଲା। କିନ୍ତୁ ନିୟମିତ ପାଣି ଯିବାରେ ସମସ୍ୟା ହେବାରୁ ପଳାଶବଣିରେ ଆଉ ଏକ ପ୍ରକଳ୍ପ ସ୍ଥାପନ ପାଇଁ […]

ଟ୍ରେନ୍‌ରୁ ପଡ଼ି ଶ୍ରମିକଙ୍କ ଦୁଇ ଗୋଡ଼ କଟିଲା, ଅଧା ରହିଗଲା ପ୍ରଥମାଷ୍ଟମୀ

ଟ୍ରେନ୍‌ରୁ ପଡ଼ି ଶ୍ରମିକଙ୍କ ଦୁଇ ଗୋଡ଼ କଟିଲା, ଅଧା ରହିଗଲା ପ୍ରଥମାଷ୍ଟମୀ

Bartanews

ସୋର: ଆଜି ପ୍ରଥମାଷ୍ଟମୀ। ଘରଛାଡ଼ି ଅନ୍ୟତ୍ର କାମ କରୁଥିବା ଜଣେ ଶ୍ରମିକପ୍ରଥମାଷ୍ଟମୀ ପାଳିବାକୁ ଘରକୁ ଫେରୁଥିବା ବେଳେ ଟ୍ରେନ୍‌ରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ଫଳରେ ତାଙ୍କର ଦୁଇଟି ଯାକ ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ଜୟଦେବ କସବା ଅଞ୍ଚଳର ମନୋଜ ନାୟକ (୪୦) ଏବଂ ତାଙ୍କ ସ୍ତ୍ରୀ ସୀମା ଦୀର୍ଘଦିନ ହେଲା ଯାଜପୁର ଅଞ୍ଚଳରେ ମୂଲମଜୁରି କରି ଚଳନ୍ତି। ପ୍ରଥମାଷ୍ଟମୀ ଥିବାରୁ ଗତକାଲି ସଂଧ୍ୟାରେ ଉଭୟ ସ୍ବାମୀ-ସ୍ତ୍ରୀ ପୁରୀ-ବାଙ୍ଗିରିପୋଷି ଟ୍ରେନ୍‌ରେ ଯାଜପୁରରୁ ବାଲେଶ୍ୱର […]

‘ସପ୍ତଶରା’ ନଦୀର ଅକାଳ ମୃତ୍ୟୁ : ଧାନବିଲରେ ବିଲୀନ ହେବାକୁ ବସିଛି ଚିରସ୍ରୋତା

‘ସପ୍ତଶରା’ ନଦୀର ଅକାଳ ମୃତ୍ୟୁ : ଧାନବିଲରେ ବିଲୀନ ହେବାକୁ ବସିଛି ଚିରସ୍ରୋତା

Bartanews

ବାଲେଶ୍ବର (ବିରଞ୍ଚି ନାରାୟଣ ଖୁଣ୍ଟିଆ): ବାଲେଶ୍ବର ଜିଲ୍ଲାର ରେମୁଣା ହେଉଛି ପୌରାଣିକ କିଂବଦନ୍ତିର ସ୍ଥାନ। ଆରାଧ୍ୟ ଦେବତା ତଥା ପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥ ଜିଉ ରେମୁଣାର ପରିଚୟ ହୋଇଥିଲେ ସୁଦ୍ଧା ଗୁପ୍ତ ବୃନ୍ଦାବନ, ଭକ୍ତ ମାଧବେନ୍ଦ୍ରପୁରୀ ମଠ, ରାମଚଣ୍ଡୀ ମନ୍ଦିର, ମାଧବେନ୍ଦ୍ର ଗୌଡ଼ୀୟ ମଠ, ଗୋକର୍ଣ୍ଣେଶ୍ବର ଶୈବପୀଠ ଓ ପବିତ୍ର ସପ୍ତଶରା ନଦୀ ରେମୁଣା ମାଟିର ଅନ୍ୟତମ ଐତିହ୍ୟ। ପଞ୍ଚତୀର୍ଥ ରେମୁଣାକୁ ନେଇ ପୁରାଣରେ ଅନେକ କଥା ବର୍ଣ୍ଣିତ ହୋଇଛି। ହେଲେ ସପ୍ତଶରା ନଦୀର ସ୍ବତନ୍ତ୍ରତା କିଛି […]