ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଏକ ହୋଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଲକ୍ଷ୍ମୀସାଗର କଟକ ରୋଡ଼ରେ ଥିବା ଦୀପାଲି ବାରରେ ଥିବା ଲଜର ୨୦୫ ନମ୍ବର ରୁମରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ଲକ୍ଷ୍ମୀସାଗର ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ତେବେ ମିଳିଥିବା ସୂଚନା ଅନୁସାରେ ଯୁବତୀଙ୍କ ନାଁ ଶୁଭଲକ୍ଷ୍ମୀ ସାହୁ। ଘର ଭଦ୍ରକ,କୁଆବାଗ ସାହିରେ। ଗତକାଲି ଭୋର ୩.୨୦ ସମୟରେ ଗେଷ୍ଟ ହିସାବରେ ରେଜିଷ୍ଟରରେ ଏଣ୍ଟ୍ରି କରିଥିଲେ। ତା’ପରଠାରୁ ସେ କବାଟ ଖୋଳିନଥିଲେ। ମଧ୍ୟାହ୍ନ ଓ ସନ୍ଧ୍ୟା ବେଳେ ଲଜ ଷ୍ଟାଫ ଡାକିଥିଲେ ମଧ୍ୟ ଶୁଣିନଥିଲେ। ପରେ ହୋଟେଲ କର୍ମଚାରୀମାନେ କବାଟ ଭାଙ୍ଗି ରୁମ୍ ଭିତରେ ପଶିଥିଲେ। ସେତେବେଳେ ଫ୍ୟାନ୍ରେ ଝୁଲୁଥିଲେ ଶୁଭଲକ୍ଷ୍ମୀ। ହୋଟେଲ୍ କର୍ମଚାରୀମାନେ ଏନେଇ ଲକ୍ଷ୍ମୀସାଗର ଥାନାକୁ ଖବର ଦେଇଥିଲେ। ପୁଲିସ ହୋଟେଲରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଆସନ୍ତାକାଲି ପରିବାର ଲୋକ ଆସିଲେ ମୃତ ଦେହ ଉଦ୍ଧାର ହେବ ବୋଲି ସୂଚନା ମିଳିଛି।