ଭୁବନେଶ୍ବର: ପୁଲିସ କବଜାରେ ପୋଡା ପୁନିଆ ଗ୍ୟାଙ୍ଗ । ଦିନରେ ରଙ୍ଗ କାମ କରୁଥିଲେ ଆଉ ରାତିରେ ରଚୁଥିଲେ କ୍ରାଇମର ବ୍ଲୁ ପ୍ରିଣ୍ଟ । ଗତ ଅକ୍ଟୋବର ୨୦ ତାରିଖରେ ବଡ଼ଗଡ଼ ଥାନା ବ୍ରହ୍ମେଶ୍ୱର ବାଗ ପ୍ଲଟ ନମ୍ବର ୬୯୨/ଇ ରେ ଥିବା ସୁରଞ୍ଜନ ଦାସଙ୍କ ଘରୁ ଲୁଟ ହୋଇଥିଲା। ଘରେ କେହି ନଥିବା ସମୟରେ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ ଦୁର୍ବୃତ୍ତ । ପୁଲିସ କେସ ନମ୍ବର ୬୫୪/୨୩ରେ କେସ ରୁଜୁ କରିବା ସହ ଅପରାଧୀଙ୍କୁ ଧରିବା ପାଇଁ ବଡ଼ଗଡ଼ ଥାନା ଅଧିକାରୀ ତୃପ୍ତି ନାୟକଙ୍କ ନେତୃତ୍ୱରେ ଗଠନ କରିଥିଲା ଟିମ । ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ସେମାନଙ୍କର ଠାରୁ ଲୁଟ ହୋଇଥିବା ସୁନା, ଟଙ୍କା, ଇମିଟେସନ ଜୁଏଲାରୀ, ସଂଗ୍ରହ କରି ରଖିଥିବା ପୁରୁଣା ନୋଟ ଆଦି ଜବତ କରିଛି ପୁଲିସ। ଅପରାଧୀଙ୍କ ନାଁ ରେ ଏକାଧିକ ମାମଲା ରହିଛି । ଅନ୍ୟ କେସ ମାନଙ୍କରେ ଚୋରି ହୋଇଥିବା କିଛି ସାଇକେଲ ମଧ୍ୟ ଅଭିଯୁକ୍ତଙ୍କ ଠାରୁ ଜବତ କରାଯାଇଛି। ପୋଡା ପୂର୍ବରୁ ବାଳ ବିକ୍ରି କରୁଥିବା ବେଳେ ଏବେ ବିଭିନ୍ନ ଲୁଟ ଓ ଚୋରିରେ ସମ୍ପୃକ୍ତ ଥିବା ଜାଣିବାକୁ ପାଇଛି ପୁଲିସ।