ଭୁବନେଶ୍ୱର: ନିଶା ବେପାର ବିରୋଧରେ STF ର ଜିରୋ ଟଲରାନ୍ସ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନଷ୍ଟ ହେଉଛି ବ୍ୟାପକ ନିଶାଦ୍ରବ୍ୟ। ଏକ ବର୍ଷ ମଧ୍ୟରେ ୧୪୩୪ଟି କେସରେ ନଷ୍ଟ ହୋଇଛି ୨୨୦ ଟନ ଗଞ୍ଜେଇ। ୭୮ କେଜି ବ୍ରାଉନସୁଗର ଓ ହେରୋଇନ କୁ ନଷ୍ଟ କରିଛି ସ୍ପେଶାଲ ଟାସ୍କଫୋର୍ସ। ପୋଲିସ, ଫରେନସିକ ଟିମ, ପଲ୍ୟୁସନ, ଏକ୍ସାଇଜ,ରେଭେନ୍ୟୁ ବିଭାଗ ଉପସ୍ଥିତିରେ ନଷ୍ଟ ହୋଇଛି ନିଶାଦ୍ରବ୍ୟ। NDPS Act 1985 ଅଧୀନରେ ନଷ୍ଟ ହୋଇଛି ନିଶାଦ୍ରବ୍ୟ। ପ୍ରତେକ ଜିଲ୍ଲାରେ ଏନେଇ ଗଠନ ହୋଇଛି DDC(Drug Disposal Committee)।
ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେଉଛି ନିଶାଦ୍ରବ୍ୟର ମାନ ଯାଞ୍ଚ। ୧୦ କୁଇଣ୍ଟାଲରୁ ଅଧିକ ନିଶାଦ୍ରବ୍ୟ ନଷ୍ଟ କରାଗଲେ ଏହାକୁ କ୍ରାଇମବ୍ରାଞ୍ଚ ADGP ତଦାରଖ କରୁଛନ୍ତି। SPCB(State Pollution Control Board) ର ଗାଇଡ଼ଲାଇନ ମୁତାବକ ଏହାକୁ ନିଆଁରେ ପୋଡାଯାଉଛି। ନଷ୍ଟ ବେଳେ SFSL ର ସାଇଣ୍ଟିଫିକ ଅଫିସର ମଧ୍ୟ ଉପସ୍ଥିତ ରହୁଛନ୍ତି। ନିଶାଦ୍ରବ୍ୟ ନଷ୍ଟ ପରେ ଏହାର ଏକ ସାର୍ଟିଫିକେଟ ସମ୍ପୃକ୍ତ କୋର୍ଟକୁ ପ୍ରଦାନ କରାଯାଇଛି। ନିଶା ବିରୋଧରେ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ।